ମାଆ କଟକ ଚଣ୍ଡୀଙ୍କ ପୀଠର ନବୀକରଣ କାମ କଛପ ଗତିରେ…

ନନ୍ଦିଘୋଷ ବ୍ୟୁରୋ: କଟକର ଆରାଧ୍ଯ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠର ନବୀକରଣ କାମ କଛପ ଗତିରେ ଚାଲିଛି ଆଗକୁ ଦୁଇ ମାସ ପରେ ମାଆଙ୍କ ନବରାତ୍ର ପୂଜା ଏହା ପୂର୍ବରୁ କାମ ସରିବାର ସମ୍ଭାବନା ନଥିବାରୁ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ ବରିଷ୍ଠ କଂଗ୍ରେସ ନେତା ମନ୍ଦିର ବୁଲି କାମର ଅଗ୍ରଗତି ଦେଖିବା ସହିତ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି କାମ ଦ୍ରୁତ ଗତିରେ ଚାଲିଛି ଆଉ କିଛି ମାସ ପରେ ସମ୍ପୂର୍ଣ୍ଣ ହେବ

କେବେ ସରିବ କଟକ ଚଣ୍ଡି ମନ୍ଦିର କାମ ? କଚ୍ଛପ ଗତିରେ ଚାଲିଛି ପୂନଃଉଦ୍ଧାର ଆଗକୁ ନବରାତ୍ର ପୂଜା, ଶ୍ରଦ୍ଧାଳୁଙ୍କ ଅସନ୍ତୋଷ କଟକର ଆରାଧ୍ଯ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ନବୀକରଣ କାମର ମନ୍ଥରତାକୁ ନେଇ ଦେଖାଦେଇଛି ଅସନ୍ତୋଷ ମନ୍ଦିର ପରିସର ପୁରୁଣା ଭିତ୍ତିଭୂମୀ ସବୁ ଉଚ୍ଛେଦ କରାଯାଇ କାମ ଆରମ୍ଭ କରାଯାଇଥିଲା ତେବେ ଏହା ଭିତରେ ଦେଢ ବର୍ଷ ବିତିଥିଲେ ବି କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ଫଳରେ ପ୍ରତିଦିନ ଆସୁଥିବା ଶହ ଶହ ଭକ୍ତ ପୂଜା ଦର୍ଶନ କରିବାକୁ ହଇରାଣ ହେଉଛନ୍ତି ଦୁଇମାସ ପରେ ମାଆଙ୍କ ଷୋଡଶ ଉପଚାର ନବରାତ୍ର ପୂଜା ସେହି ସମୟରେ କାମ ସରି ନଥିଲେ ସମସ୍ୟା ହେବ ବୋଲି କହିଛନ୍ତି ଶ୍ରଦ୍ଧାଳୁ

ଅନ୍ୟ ପକ୍ଷରେ କାମ କରୁଥିବା ବିଭାଗ ସଂସ୍ଥାର ଅଧିକାରୀ କହିଛନ୍ତି ପାର୍ଶ୍ବ ଦେବାଦେବୀ ମନ୍ଦିର କାମ ଆଗେଇ ଗଲାଣି ମନ୍ଦିରର ପୂଜା ସାମଗ୍ରୀ ଭୋଗ ଦୋକାନ କାମ ସରିଲାଣି ମୁଖ୍ଯ ମନ୍ଦିର ସେମାନଙ୍କୁ ବିଳମ୍ବରେ ହସ୍ତାନ୍ତର କରାଯାଇଥିଲା ଏପ୍ରିଲ ମାସରୁ କାମ ଜୋରସୋରରେ ଚାଲିଛି, ପୂଜା ବେଳକୁ ଏକପ୍ରକାର ସମ୍ପୂର୍ଣ୍ଣ ହୋଇଥିବା ଫେବ୍ରୁଆରୀ ମାସ ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି