ଭିଜିଲାନ୍ସ ଜାଲରେ କଟକ ଡମପଡ଼ା ବ୍ଲକର ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡମପଡ଼ା ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଛାପା । ଏକକାଳୀନ ୪ଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ରେଡ୍ । ବାରଙ୍ଗ କୁହ୍ନେଇପଡ଼ାରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡ଼ା ରାଜକନିକାର ତନେଇପଡ଼ାରେ ଥିବା ପୌତୃକ ଘର ଓ ଡମପଡ଼ା ବ୍ଲକ ଅଫିସରେ ରେଡ୍ ହେଉଛି । କଟକ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଥିବା ଭାଇ ଅରୁଣ କୁମାର ରାଉତଙ୍କ ଘରେ ବି ଭିଜିଲାନ୍ସ ରେଡ୍ କରିଛି । ଏହି ଭିଜିଲାନ୍ସ ରେଡରେ ୪ ଡିଏସପି, ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।