ଭେଜାଲକାରୀ ସାବଧାନ ! ରେଡ୍ ପାଇଁ ଘୂରି ବୁଲିବ ସ୍କ୍ୱାଡ୍

କଟକ: କଟକରେ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ । ଏଥିପାଇଁ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ କରାଯାଇଛି । ମାଲଗୋଦାମ ସମେତ ବିଭିନ ସ୍ଥାନରେ ନକଲି କାରବାରର ଦୃଶ୍ୟ ନନ୍ଦିଘୋଷ ଟିଭିରେ କିଛି ଦିନ ହେବ ଲଗାତାର ଭାବରେ ପ୍ରସାରଣ ହୋଇଥିଲା । ଏହାପରେ ଆଜି ଜିଲ୍ଲା ପ୍ରଶାସନ ଏକ ଜରୁରୀ ବୈଠକ ଡକାଇ ନକଲି ଦ୍ରବ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

Cuttack DM Formed Special Squad For Raid In Duplicate Food Factory

ଗତ ଦେଢ଼ ମାସରେ ୧୪ଟି ନକଲି କାରଖାନା ଠାବ ହୋଇସାରିଛି । ଘିଅ, ମସଲା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସସ୍ ସାମଗ୍ରୀର ବହୁଳ କାରବାର ଉପରେ ପୋଲିସ ଚଢ଼ାଉ କରି କୋଟି କୋଟି ଟଙ୍କାର ନକଲି ସାମଗ୍ରୀ ଜବତ କରିଛି । ଏଥିସହ ବହୁ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠାବ ହୋଇଥିବା କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀର ନମୁନା ପରୀକ୍ଷା ରିପୋର୍ଟ ଆସିଥିବା ବେଳେ ସେଗୁଡ଼ିକରେ ବିଷାକ୍ତ ରାସାୟନିକ ମିଶିଥିବା ଜଣାପଡିଛି ।

Cuttack DM Formed Special Squad For Raid In Duplicate Food Factory

ତେବେ ଏସବୁ ଉପରେ ଏଣିକି ନିୟମିତ ଭାବେ ରେଡ୍ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯିବ । ରେଡ୍ ପାଇଁ ୧୦ଟି ସ୍କ୍ୱାଡ୍ ଗଠନ ହେବ । ୪ଟି ସ୍କ୍ୱାଡ୍ ଗ୍ରାମାଞ୍ଚଳ ପାଇଁ ସହରରେ ୬ଟି ସ୍କ୍ୱାଡ୍ ରହିବେ । ଅନୁଷ୍ଠିତ ବୈଠକରେ କଟକ ଜିଲାପାଳ, ସିଏମସି କମିଶନର ଓ କଟକ ଗ୍ରାମାଞ୍ଚଳ ଏସପି ଉପସ୍ଥିତ ଥିଲେ ।

Leave a Reply