ମୃତ୍ୟୁ ପୂର୍ବରୁ ଲେଖିଥିଲେ I Quit; ମୁଁ ଆଉ ପାରୁନି

ଭୁବନେଶ୍ୱର: ସାମନାକୁ ଆସିଲା ମୃତ ଶିଳ୍ପୀଙ୍କ ଶେଷ ମେସେଜ୍ ଓ ପୋଷ୍ଟ। ମୃତ୍ୟୁ ପୂର୍ବରୁ ଭଉଣୀଙ୍କୁ ହ୍ବାଟ୍ସଆପରେ ମେସେଜ୍ କରିଥିଲେ ଶିଳ୍ପୀ। ସରି କହିବା ସହ ଭଉଣୀଙ୍କୁ ବାପା ମାଆ ଲାଗିଲେ ବୋଲି ଏଥିରେ କହିଛନ୍ତି। ଶାଶୂଘର ଗାଁ ଓ କଟକ ଭଡ଼ାଘରେ ଥିବା ସବୁ ଜିନିଷ ନେଇ ଆସିବାକୁ କହିଛନ୍ତି। ଭଡ଼ାଘରେ ଖଟ ଛାଡ଼ି ସବୁ ଜିନିଷ ତାଙ୍କର। ଶାଶୂଘରେ ଗୋଦ୍ରେଜ, ଖଟ, ଡ୍ରେସିଂ ଟେବୁଲ, ଫ୍ୟାନ, ଟ୍ରଙ୍କ ସହ ଯାହାବି ଅଛି ନେଇ ଆସିବାକୁ ଶିଳ୍ପୀ ତାଙ୍କ ଭଉଣୀଙ୍କୁ କହିଛନ୍ତି।

ସେହିପରି ଲାପଟପ ବ୍ୟାଗରେ ତାଙ୍କ ଅଫିସ ଚାବି, ସୁନା ଓ ଗୋଦ୍ରେଜ ଚାବି ଅଛି। ଫୋନରେ ଅଫିସର ଜିଓ ସିମ୍ ବି ଅଛି। ଅଫିସକୁ ଚାବି ଓ ସିମ୍ ଫେରାଇବାକୁ ଲେଖିଛନ୍ତି ଶିଳ୍ପୀ। ସବୁବେଳେ ମାଡ଼, ଗାଳି, ଅସଭ୍ୟ ଭାଷା, ଝଗଡ଼ା, ବ୍ଲାକମେଲ୍, ମାନସିକ ଓ ଆର୍ଥିକ ନିର୍ଯାତନା ସେ ଆଉ ସହିପାରୁନାହାନ୍ତି। ତାଙ୍କ ପାଖରେ ଆଉ କିଛି ବାଟ ନାହିଁ। ପୁଅ ଓ ସେ ଯେଉଁଠି ବି ରହିବେ ଏକାଠି ରହିବେ ବୋଲି ଶିଳ୍ପୀ ଲେଖିଛନ୍ତି।

ସେହିପରି ମୃତ୍ୟୁର ୧୨ଘଣ୍ଟା ପୂର୍ବରୁ ଶିଳ୍ପୀ ତାଙ୍କ ଶେଷ ଫେସବୁକ୍ ପୋଷ୍ଟରେ ଆଇ କ୍ବିଟ୍ ବୋଲି ଲେଖିଛନ୍ତି। ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିବାରୁ ସେ କ୍ବିଟ୍ କରିଥିବା ଲେଖିଛନ୍ତି ।