ଟିକେଟ ନମିଳିବା ଆଶଙ୍କାରେ ଭର୍ତ୍ତୃହରି ବିଜେଡି ଛାଡିଛନ୍ତି: ବିଜେଡି

ଭୁବନେଶ୍ବର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଘାରିଥିଲା ବିଜେଡିରୁ ଟିକେଟ୍ ନମିଳିବା ଡର । ଏହି ଆଶଙ୍କାରେ ବିଜେଡି ଛାଡିଛନ୍ତି ଭର୍ତ୍ତୃହରି । ଏନେଇ ପ୍ରେସମିଟ କରି କହିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, ନିଜ ନିର୍ବାଚନମଣ୍ଡଳୀରେ କୌଣସି ବିକାଶଧାରାରେ ଭର୍ତ୍ତୃହରିଙ୍କ ଅବଦାନ ନଥିଲା । ତାଙ୍କ ବିରୋଧରେ ବହୁତ ବଡ଼ ଅସନ୍ତୋଷ ଥିଲା । ୨୦୧୯ ମସିହାରେ ତାଙ୍କୁ ଯେତେବେଳେ କେହି ପ୍ରାର୍ଥୀ କରିବାକୁ ସୁଯୋଗ ଦେଇ ନଥିଲେ ସେତେବେଳେ ତାଙ୍କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ । ନିଜ ସଂସଦୀୟ କ୍ଷେତ୍ରରେ ସ୍ଥିତି ବହୁତ ଖରାପ ହୋଇଯାଇଥିଲା ବୋଲି ସେ ଆଗୁଆ ଅନୁଭବ କରିସାରିଥିଲେ । ସେଥିପାଇଁ ହୁଏତ ଆଉ ସେ ବିଜେଡିରୁ ସୁଯୋଗ ପାଇ ନପାରନ୍ତି ବୋଲି ଆଶଙ୍କା କରି ବିଜେଡି ଛାଡିଛନ୍ତି ।

ଦଳ ପକ୍ଷରୁ ଆଗକୁ କୁହାଯାଇଛି, ମୁଖ୍ଯମନ୍ତ୍ରୀ ତାଙ୍କୁ ସବୁବେଳେ ଶୁଣିଛନ୍ତି, ଅଗ୍ରାଧିକାର ଦେଇଛନ୍ତି । ଏବେ ସେ ବୁଝିଯାଇଛନ୍ତି ଯେ, ଆଉ ତାଙ୍କୁ ବିଜେଡି ପ୍ରାର୍ଥୀ କରି ନପାରେ । ଯେଉଁ ଦଳ ତାଙ୍କୁ ୬ ଥର ସୁଯୋଗ ଦେଲା ତାକୁ ଛାଡି ଚାଲିଯିବା ଅତ୍ଯନ୍ତ ଦୁଃଖର ବିଷୟ ବୋଲି କହିଛି ବିଜେଡି ।