ମାତିଛନ୍ତି ସାଇବର ଅପରାଧୀ, ୧୨ ମାସରେ ଗୋଲ୍ ୧୩ କୋଟି

ଭୁଭନେଶ୍ୱର: ମାତିଛନ୍ତି ସାଇବର ଅପରାଧୀ । ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ ମାସରେ ଗୋଲ୍ ହୋଇଛି ୧୩ କୋଟି ଟଙ୍କା । ସେଥିରୁ ୨ କୋଟି ୭୦ ଲକ୍ଷ ଫେରାଇ ଆଣିଛି ପୋଲିସ । ବର୍ଷକରେ ଆସିଛି ୩୮୧୧ ଟି ଅଭିଯୋଗ । ନାନା ରକମର ଥୋପ ପକାଇ ଚୂନ ଲଗାଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ୍ କାର୍ଡ ତ କେତବେଳେ ଲୋନ୍ ଆପ, ପୁଣି ଆଉ କେତବେଳେ ଫୁଙ୍ଗୁଳା ଦେହ ଦେଖାଇ ଲୁଟ୍ ।

୨୦୨୨ ମସିହାରେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ସାଇବର ଠକ । ସୋସିଆଲ ମିଡିଆ ଜରିଆରେ ବର୍ଷକରେ ୫୬୫ଟି ଫ୍ରଡ ହୋଇଥିବା ବେଳେ ୩୨୪୬ ଟି ହୋଇଛି ଫାଇନାନ୍ସସିଆଲ ଫ୍ରଡ । ବର୍ଷକରେ ୧୨ କୋଟି ୯୬ ଲକ୍ଷ ଟଙ୍କା ଠକ ଲୁଟିଥିବା ବେଳେ ୧ କୋଟି ୨୩ ଲକ୍ଷ ଟଙ୍କା ଠକେଇ ଶିକାର ବ୍ୟକ୍ତିକୁ ଫେରାଯାଇଛି । ଅନ୍ୟପଟେ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ଲକ କରି ୩୮ ଜଣଙ୍କୁ ଗିରଫ କରିଛି ପୋଲିସ ।