ସାଇବର ସ୍କାମ୍ : ରାଶନ ଟଙ୍କା ନାଁରେ ପୋଛି ନେଲେ ୧.୬ କୋଟି ଟଙ୍କା

ନୂଆଦିଲ୍ଲୀ : ଦିନକୁ ଦିନ ଟଙ୍କା ହଡ଼ପ କରିବା ପାଇଁ ସାଇବର ଠକ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏବେ ସାଇବର ଠକ  ରାଶନ ଟଙ୍କା ଆଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି  । ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି  ।  ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଠାରୁ ୧ କୋଟି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ  । ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟ ଖାଲି ହୋଇଯାଇଛି । ରାଶନ ଟଙ୍କା ଏବଂ ପାର୍ସଲ ନାଁରେ ତାଙ୍କ ଟଙ୍କା ସବୁ ସାଇବର ଠକର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି  ।

ସ୍କାମର୍ସମାନେ ନିଜକୁ ଏକ ଇଣ୍ଟରନ୍ୟାସନାଲ କୋରିୟର ସର୍ଭିସର କର୍ମଚାରୀ ପରିଚୟ ଦେଇ ସେହି ବ୍ୟକ୍ତିଙ୍କ ଠାରୁ ୧.୬ କୋଟି ଟଙ୍କା ଠକି ନେଇଥିବା ପୋଲିସ କହିଛି । ସେମାନେ କହିଥିଲେ କି ଆପଣଙ୍କ ନାଁରେ ଏକ ପାର୍ସଲ ରହିଛି ଯେଉଁଥିରେ ଔଷଧ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରହିଛି । ଏଥି ସହିତ ତାଙ୍କୁ ରାଶନ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ତଥ୍ୟ ନେଇ ଯାଇଥିଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା  ଏପରି ଭାବେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି । ଘଟଣାକୁ ନେଇ ସାଇବର ପୋଲିସ ତଦନ୍ତ ଆରମ୍ଭ କରିଛି ।