ନନ୍ଦିଘୋଷ ବ୍ୟୁରୋ : ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ହୋଇଛି।୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହୋଇପାରେ। ନଭେମ୍ବରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଘାରିଲାଣି ବାତ୍ଯା ଭୟ। ଶୀତ ଋତୁରେ ଲଘୁଚାପ କ୍ଷେତ୍ର ସୃଷ୍ଟି ମଡେଲକୁ ଅନେକ ବାତ୍ଯା ଭାବେ ସନ୍ଦେହ କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟି ହୋଇନଥିବାରୁ ଚିତ୍ର ସ୍ପଷ୍ଟ ହୋଇପାରିନି। ମେଲକା ସମୁଦ୍ର ମଧ୍ୟଅଂଶରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହେବ। ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଗୋଟିଏ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରୁ ଶୁଷ୍କ ଆର୍ଦ୍ରବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା ବଢି ଚାଲିଛି। ସପ୍ତାହେ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବନାହିଁ। ଆସନ୍ତା ୨୪ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ଆସନ୍ତା ୨୬ କିମ୍ବା ୨୭ ବେଳକୁ ବାତ୍ଯା ହେବ ବୋଲି ପୂର୍ବାନୁମାନ କରିଛି ଆମେରିକୀୟ ପାଣିପାଗ ମଡେଲ GFS। ୨୯ ନଭେମ୍ବରରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ବାତ୍ଯା ଆକଳନର ବିଭିନ୍ନ ମଡେଲ ଅନୁସାରେ ଏବେଠାରୁ କଣ ପ୍ରଭାବ ପଡିବ କହିବା ମୁସକିଲ। ଆସନ୍ତା ସପ୍ତାହ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

