ମାଟି ଅତଡ଼ା ଖସି ରାସ୍ତା ଅବରୋଧ, ସେପଟେ ଜାରି ରହିଛି ସ୍ଥାନାନ୍ତରଣ

Cyclone Gulab, Namangarh To Ajaygarh Road Blocked After Landslide

ପାରଳାଖେମୁଣ୍ଡି: ବାତ୍ୟା ‘ଗୁଲାବ’ ମାଡ଼ି ଆସୁଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସିଛି । ଫଳରେ ରାସ୍ତା ଅବରୋଧ ହୋଇଛି । ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ପ୍ରଶାସନ ନଜର ରଖିଛି ।

Cyclone Gulab, Namangarh To Ajaygarh Road Blocked After Landslide

ବାତ୍ୟାରେ ଗୋଷାଣୀ ଓ ରାୟଗଡ଼ ବ୍ଲକ ବେଶି ପ୍ରଭାବିତ ହେବା ସମ୍ଭାବନା ରହିଛି । ଜିଲ୍ଲାର ୩୮ ପ୍ରଭାବିତ ଗାଁରୁ ୧୬ ଶହ ୩୭ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଗୋଷାଣୀରୁ ୪୦ ଜଣ, ଗୁମ୍ମାରୁ ୧୮୫ ଜଣ, କ୍ରିଷ୍ଣାନଗରରୁ ୯୦ ଜଣ, ମୋହନାରୁ ୩୫୭ ଜଣ, ନୂଆଗଡ଼ରୁ ୯୩ ଜଣ, ରାୟଗଡ଼ରୁ ୮୪୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Cyclone Gulab, Namangarh To Ajaygarh Road Blocked After Landslide

ବାତ୍ୟା ‘ଗୁଲାବ’ପାଇଁ ଗଜପତି ଜିଲ୍ଲାରେ ୩ ଓଡ୍ରାଫ ଟିମ୍ ପହଞ୍ଚି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ୩ଟି ଓଡ୍ରାଫ୍ ଟିମକୁ ପ୍ରଶାସନ ପକ୍ଷରୁ ମୁତୟନ କରାଯାଇଛି । ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ଏହି ଟିମ୍ ଗୁଡ଼ିକୁ ମୁତୟନ କରାଯିବ । ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି କର୍ମଚାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply