ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

2 min read

କୋଲକାତା: ସତ ହୋଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ । ସୁନ୍ଦରବନ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ କୋଲକାତା ଦେଇ ଗତି କରିଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ ।

ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ପବନର ବେଗ ଥିଲା ୧୫୫ କି.ମି । ଆଉ ଏହି ପବନ ଫଳରେ ଉଜୁଡ଼ିଯାଇଛି ଭିତ୍ତିଭୂମି । ବନ୍ଦ ହୋଇଛି ବିଦ୍ୟୁତ ସେବା । କଟିଯାଇଛି ଇଣ୍ଟରନେଟ୍ କନେକସନ୍‌ । ବିଶାଳକାୟ ଗଛ ସବୁ ରାସ୍ତା ଉପରେ ଟିଳିପଡ଼ିଛି । ରାସ୍ତାରେ ପାଣି ଜମି ରହିଛି ।

https://twitter.com/GoenkaPk/status/1263127814607261696?ref_src=twsrctfwtwcamptweetembedtwterm1263127814607261696&ref_url=httpsnavbharattimes.indiatimes.comamphan-super-cyclone-kab-aayega-all-live-updates-and-news-of-cycloneliveblog75838241.cms

କିଛି ଘରର ଆଜବେଷ୍ଟସ୍ ଉଡ଼ିଯାଇଛି ତ ପୁଣି କିଛି ଘରର କାଚ ଭାଙ୍ଗି ଚୁରମାର । ଏଭଳି ପ୍ରାୟ ୫ହଜାର ୫ଶହ ଘର ଭାଙ୍ଗିଯାଇଛି । ପଶ୍ଚିମବଙ୍ଗରେ ବହୁ ସଂଖ୍ୟକ ଲୋକ ହୋଇଯାଇଛନ୍ତି ବାସହରା । ଏବେ ବି କୋଲକାତାରେ ୧୨୦ କି.ମି ବେଗରେ ପବନ ବହୁଥିବାର ସୂଚନା ରହିଛି ।

ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଣିପାଗ ଲାଗି ରହିବ ବୋଲି କୁହାଯାଉଛି । ତେବେ ରାସ୍ତା ଉପରେ ଥିବା ଗଛ ସବୁ କାଟି ରାସ୍ତା ସଫା କରିବା ସହ ପୁନର୍ବିନ୍ୟାସ କାମ ଲାଗିପଡ଼ିଛନ୍ତି ଏନଡିଆରଏଫ୍‌ ଟିମ୍ । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ୧୯ ଏନ୍‌ଡିଆରଏଫ୍‌ ଟିମ୍ କାର୍ଯ୍ୟ କରୁଛନ୍ତି ।

ଉତ୍ତର 24 ପ୍ରଗଣାରେ ବାତ୍ୟା ଜଣେ ମହିଳାଙ୍କ ଜୀବନ ନେଇଛି ଏହି ଭୟଙ୍କର ସାମୁଦ୍ରିକ ତୋଫାନ। ହାଓ୍ବଡାରେ ଜଣେ 13 ବର୍ଷର ଝିଅର ବି ମୃତ୍ୟୁ ହୋଇଛି । ପବନର ବେଗ ଏତେ ଥିଲା ଯେ, ଅନେକ ସ୍ଥାନରେ ଗାଡି ସବୁ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ନଜରରେ ରଖି ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ପଶ୍ଚିମବଙ୍ଗ ସରକାର।

Image

Leave a Reply