ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ

ଭୁବନେଶ୍ୱର,ବାଲେଶ୍ୱର,ଜଗତସିଂହପୁର,କେନ୍ଦ୍ରାପଡ଼ା: ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଲାଣି । ସମୁଦ୍ର ଅଶାନ୍ତ ହୋଇପଡିଥିବା ଦେଖିବାକୁ ମିଲିଛି । ବାତ୍ୟା ନେଇ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ବାତ୍ୟା ୟଶ୍‌ର ମୁକାବିଲା ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବନ୍ଦରର ବର୍ଥରେ ଲାଗିଥିବା ଜହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଟାଯାଇଛି । ସେହିଭଳି ଭୋଗରାଇ, କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ମଧ୍ୟ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ଉପକୂଳର୍ବୀ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରବଳ ବର୍ଷା ସାଙ୍ଗକୁ ପବନ । ସେପଟେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବର୍ଷା ପବନ ଆରମ୍ଭ ହୋଇଛି  ।

Leave a Reply