ବାତ୍ୟା ପରର ବିଭୀଷିକା, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳରେ ଘରେ ପଶିଲା ପାଣି

1 min read

ଭୁବନେଶ୍ୱର: ବାତ୍ୟା ପରର ବିଭୀଷିକା ଦେଖା ଦେଇଛି । ଭଦ୍ରକରୁ ବାଲେଶ୍ୱର ସବୁଠୁ ‘ୟାସ୍’ ତାଣ୍ଡବ ପରର ଚିତ୍ର ଦେଖିବାକୁ ମିଳିଛି । ‘ୟାସ୍’ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଘରଦ୍ବାର ଭାଙ୍ଗିବା ସହିତ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । କଚ୍ଚାଘର ଭାଙ୍ଗିବା ସହିତ ଗାଡ଼ି ଭସାଇ ନେଇଛି ବାତ୍ୟା । ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକରେ ଅଧିକ କ୍ଷତି କରିଛି ବାତ୍ୟା ‘ୟାସ୍’ । ଜିଲ୍ଲାର ୭ଟି ବ୍ଲକର ତଳିଆ ଅଞ୍ଚଳରେ ବର୍ଷା ପାଣି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Cyclone Yaas, Rain Water Entered In Houses Of Bhadrak And Balasore

୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ସମସ୍ତ ଥାନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେହିଭଳି ୧୦ଟି ଏନଡିଆର୍ଏଫ ଟିମ୍‌, ୩ ଓଡ୍ରାଫ୍ ଟିମ୍‌ ଓ ୨୦ଟି ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି । ବିଦ୍ୟୁତ୍ ସରବରାହ ପାଇଁ ବିଭାଗ ବିଦ୍ୟୁତ୍ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ପାଣି ଜମିଥିବା ସ୍ଥାନରୁ ବର୍ଷାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପିଇବା ପାଣି ଯୋଗାଇବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ଜେନେରେଟର ଓ ଅନ୍ୟ ବିକଳ୍ପ ବ୍ୟବସ୍ଥା କରି ଅଲୋକୀକରଣ ପାଇଁ ଉଦ୍ୟମ ଜାରି ରହିଛି ।

Cyclone Yaas, Rain Water Entered In Houses Of Bhadrak And Balasore

ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଜିଲ୍ଲାରେ କୌଣସି ଜୀବନ ହାନି ହୋଇ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଏହା ସହିତ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ତେବେ କ୍ଷୟକ୍ଷତି ଆକଳନ ପରେ ଜିଲ୍ଲାରେ କେତେ ମାତ୍ରରେ କ୍ଷତି ହୋଇଛି ତାହା ସ୍ପଷ୍ଟ ହେବ ।

Cyclone Yaas, Rain Water Entered In Houses Of Bhadrak And Balasore

ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗାଁରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ପଶିଛି । ଘରେ ପାଣି ଲହଡ଼ି ମାରୁଥିବା ବେଳେ ଆସବାବପତ୍ର ସବୁ ପାଣିରେ ଭାସୁଥିବା ଦେଖାଯାଇଛି । ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ବାରିଙ୍ଗିଆ ଶାସନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଏଥିସହ ପଢ଼ନ୍ତୁ- ‘ୟାସ୍’ ଓ ‘ତଉତେ’କୁ ତୁଳନା କରି କଣ କହିଲେ IMD ଡିଜି…

ରାଉରକେଲା ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି ।  ଗଙ୍ଗାଧରପାଲି ଅଞ୍ଚଳର କେତେକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଡ୍ରେନ୍ କାମ ଚାଲିଥିବାରୁ ବର୍ଷା ପାଣି ଘରେ ପଶିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରାଇଛନ୍ତି । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡ଼ା, କୋଇଡ଼ା ଏବଂ ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆଶ୍ରୟସ୍ଥଳରେ ଲୋକମାନଙ୍କୁ  ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।

Leave a Reply