ଓଡ଼ିଶା ଅଭିମୁଖେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା

ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅପାସୋରା ସନ୍ତକ ଡାକୋଟା । କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ଓଡ଼ିଶା ଅଭିମୁଖେ ଆସୁଛି ଡାକୋଟା । ଡାକୋଟା ବଭିନ୍ନ ଅଂଶକୁ ଦୁଇଟି ଲରିରେ ଲୋଡ୍ କରିସାରିଛନ୍ତି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର ମାନେ ।

ଏଆରର୍ଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ବିମାନ ଟିକୁ ସୁରକ୍ଷାର ସହିତ ସୀମା ପାର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯିବ । ଏନେଇ ସମୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।