‘ଚାକିରି ପାଇଁ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇଛନ୍ତି ସମୀର ୱାଙ୍ଖଡେ’, ଅଭିଯୋଗ କଲେ ଦଳିତ ସଂଗଠନ

Dalit Organisations Bhim Army Complaint Sameer Wankhede Over Fake Paper

ମୁମ୍ବାଇ: ପୁଣି ବଢ଼ିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ଅଡୁଆ । ୱାଙ୍ଖଡେ ଜାଲ୍ ଜାତିଗତ ପ୍ରମାଣପତ୍ର ହାସଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୁଇଟି ଦଳିତ ସଂଗଠନ – ସ୍ୱାଭିମାନୀ ରିପବ୍ଲିକାନ ପାର୍ଟି ଓ ଭୀମ ସେନା । ପୂର୍ବରୁ ଏନସିପି ନେତା ନବାବ ମଲ୍ଲିକ ଅଭିଯୋଗ କରିଥିଲେ ଯେ ୱାଙ୍ଖଡେ ଜାଲ୍ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରିଛନ୍ତି । ତାଙ୍କର ଏହି ଅଭିଯୋଗ ପରେ ପରେ ଦୁଇଟି ପ୍ରମୁଖ ଦଳିତ ସଂଗଠନର ଅଭିଯୋଗ ୱାଙ୍ଖଡେଙ୍କ ଲାଗି ଅଧିକ ଅଡୁଆ ସୃଷ୍ଟି କରିଛି ।

Dalit Organisations Bhim Army Complaint Sameer Wankhede Over Fake Paper

ୱାଙ୍ଖଡେ ଜନ୍ମରୁ ଜଣେ ମୁସଲିମ୍ ଥିଲେ ଏବଂ ପରେ ସେ ଏସସି ସାର୍ଟିଫିକେଟ ହାସଲ କରିଥିଲେ ବୋଲି ଅଭିଯୋଗ କରିଥିଲେ ନବାବ । ସମୀରଙ୍କ ବାପା ଜଣେ ଧର୍ମାନ୍ତରିତ ମୁସଲିମ ହୋଇଥିବାବେଳେ ସେ ବାପାଙ୍କୁ ଜଣେ ସଂରକ୍ଷିତ ବର୍ଗର ବ୍ୟକ୍ତି ବୋଲି ଦର୍ଶାଇଥିଲେ । ବିଭିନ୍ନ ଅଭିଯୋଗ କ୍ରମେ ସମୀର ଦର୍ଶାଇଥିଲେ ଯେ, ତାଙ୍କ ବାପାଙ୍କ ନାମ ଦ୍ୟାନଦେବ ଥିଲା । ଦାଉଦ ନୁହେଁ । ସେ ବହୁ ଧର୍ମାବଲମ୍ବୀ ଓ ଧର୍ମ ନିରପେକ୍ଷ ବୋଲି ଦର୍ଶାଇଥିଲେ ୱାଙ୍ଖଡେ ।

ସେପଟେ ବିଜୟ ସାପ୍ଲାଙ୍କ ନେତୃତ୍ୱରେ ଗଠିତ ଜାତୀୟ ତଫସିଲଭୁକ୍ତ ଜାତି କମିଶନ ୱାଙ୍ଖଡେଙ୍କ ଜାଲ ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ତଦନ୍ତ କରିବା ଲାଗି ମୁମ୍ବାଇ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନସିପି ନେତା ନବାବ ମଲିକଙ୍କ ବିରୋଧରେ ୱାଙ୍ଖଡେ କରିଥିବା ମାନହାନୀମୂଳକ ଅଭିଯୋଗର ତଦନ୍ତ ଲାଗି ପୋଲିସ କମିଶନର ହେମନ୍ତ ନାଗ୍ରଲେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

Leave a Reply