ପୁରୀରେ ପହଞ୍ଚିଲା ଦାମୋଦର ରାଉତଙ୍କ ପାର୍ଥିବ ଶରୀର

ପୁରୀ: ପୁରୀରେ ପହଞ୍ଚିଲା ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପାର୍ଥିବ ଶରୀର । ସ୍ବର୍ଗଦ୍ବାରରେ ଆଜି ହେବ ଶେଷକୃତ୍ୟ । ଆଉ କିଛି ସମୟ ମଧ୍ୟରେ ସ୍ବର୍ଗଦ୍ବାରରେ କରାଯିବ ଶେଷକୃତ୍ୟ । ଉପସ୍ଥିତ ଅଛନ୍ତି ପରିବାରବର୍ଗ ଓ ଆତ୍ମୀୟ ପରିଜନ। ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେବେ।

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦାମୋଦର ରାଉତରଙ୍କର ଦେହାନ୍ତ ହୋଇଥିଲା । ମୃତ୍ଯୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଦାମୋଦରଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ୭ ଥର ବିଧାୟକ, ବହୁବାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ଖବର ପ୍ରଚାର ପରେ ହସ୍ପିଟାଲରୁ ଆରମ୍ଭ କରି ତାଙ୍କ ବାସଭବନ ପର୍ଯ୍ଯନ୍ତ ଲୋକଙ୍କ ସୁଅ ଛୁଟିଥିଲା । ଦଳମତ ନିର୍ବିଶେଷରେ ନେତା, ରାଜନୈତିକ ସହକର୍ମୀ, ସମର୍ଥକ, ପ୍ରଶଂସକ, ଆତ୍ମୀୟ ସ୍ବଜନ ଡାକ୍ତର ଦାମୋଦର ରାଉତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ପରଲୋକରେ ରାଷ୍ଟ୍ରପତି, ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।