spot_img

Latest Posts

ଜମୁଛି ଦଣ୍ଡନାଚର ଆସର ; ଢୋଲ ଓ ମହୁରୀ ତାଳେ ତାଳେ କମ୍ପୁଛି ପରିବେଶ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଜମୁଛି ଦଣ୍ଡନାଚର ଆସର । ଢୋଲ ଓ ମହୁରୀ ତାଳେ ତାଳେ କମ୍ପୁଛି ପରିବେଶ । ୬୦ ଫୁଟ ଲମ୍ବର ଚୁଲିରେ ୪୨ଟି ପିତଳ ହାଣ୍ଡି ବସାଇ ପ୍ରସାଦ ପ୍ରସ୍ତୁତ କରୁଛନ୍ତି ଭୁକ୍ତା । ଡାଲିରେ ବାଇଗଣକୁ ନକାଟି ଗୋଟା ପକାଯାଉଛି । ଏକା ସାଙ୍ଗରେ ୧୬ ଶହ ଦଣ୍ଡୁଆଙ୍କୁ ପ୍ରସାଦ ପରଶା ଯିବା ପରେ ପ୍ରସାଦ ସେବନ ହେଉଛି । ଏହି ପ୍ରସାଦ ପ୍ରସ୍ତୁତିର ନିଆରା ପରମ୍ପରା ଶେରଗଡ ବ୍ଲକ କୁଲାଗଡ଼ ଦଣ୍ଡରେ ଦେଖିବାକୁ ମିଳିଛି । ଦିନ ସାରା ଉପବାସ ରହିବା ପରେ ସନ୍ଧ୍ୟାରେ ଜଳ ଗ୍ରହଣ କରିଥାନ୍ତି ଦଣ୍ଡୁଆ । ମଧ୍ୟ ରାତ୍ରରେ ଭିନ୍ନ ଧରଣର ପ୍ରସାଦ ପ୍ରସ୍ତୁତ କରିଥାନ୍ତି । ପୂର୍ବ ପୁରୁଷଙ୍କ ଅମଳରୁ ଚାଲି ଆସିଥିବା ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି ଭୁକ୍ତା ମାନେ ।

Latest Posts

Don't Miss