ମାଟି ଭିତରେ ଧୀରେ ଧୀରେ ଉଗ୍ରରୂପ ନେଉଛି ଲାଭା, ଫାଟିଲେ ଚାଲିଯିବ ୯୦ ହଜାର ଜୀବନ

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକାରେ ମହାବିନାଶକ । କୌଣସି ପରମାଣୁ ବୋମା ନୁହେଁ କିମ୍ବା ମହାମାରୀ । ଏଭଳି ଏକ ବିନାଶକ ଯାହା ଦିନେ ପ୍ରାୟ ୯୦ ହଜାର ଜୀବନକୁ ଛାରଖାର କରିଦେବ । ତେବେ କ’ଣ ସେହି ମହାବିନାଶକ, ଯାହାକୁ ନେଇ ଏତେ ଆଲୋଚନା ପର୍ଯ୍ୟାଲୋଚନା, ନିହାତି ଭାବରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ । ଏହି ମହାବିନାଶକ ହେଉଛି ଆଗ୍ନେୟଗିରି । ଯାହା କିଛି ମୁହୂର୍ତ୍ତ ମଧ୍ୟରେ ସବୁ ଛାରଖାର କରିଦିଏ । ତେବେ କେଉଁ ସ୍ଥାନରେ ଏହି ଲାଭା ମୃତ୍ୟୁର ଜନ୍ତା ସାଜିବା ପାଇଁ ଅଣ୍ଟା ଭିଡ଼ୁଛି?

ଆମେରିକାର ବୟୋମିଙ୍ଗ୍‌ରାଜ୍ୟ ସ୍ଥିତ ଏହି ଆଗ୍ନେୟଗିରିର ନାମ ୟେଲୋଷ୍ଟାନ । ଗବେଷକ କୁହନ୍ତି ୟେଲୋଷ୍ଟାନ ଯଦି ଆଗ୍ନେୟଗିରିର ରୂପ ନିଏ ତେବେ ଅକାଳରେ ୯୦ ହଜାର ଲୋକଙ୍କ ଜୀବନ ଚାଲିଯିବ । ଦେଖିବାକୁ ଆଖିକୁ ସୁନ୍ଦର ଦେଖାଯାଉଥିବା ଏହି ଆଗ୍ନେୟଗିରି ଯଦି ବିସ୍ଫୋଟକର ରୂପ ନିଏ ତେବେ ମାନବ ଇତିହାସରେ ସବୁଠାରୁ ଭୟାନକ ବିନାଶ ଆଣିପାରେ । ଏହି ମହାବିସ୍ଫୋଟକରୁ ଏତେ ମୋଟାରେ ପାଉଁଶ ପୂର୍ଣ୍ଣ ଧୂଆଁ ଉଠିବ ଯେଉଁଥିରେ ପୂରା ପୃଥିବୀ ଘୋଡ଼େଇ ହୋଇଯିବ ।


ବୟୋମିଙ୍ଗ୍‌ରାଜ୍ୟ ସ୍ଥିତ ୟେଲୋଷ୍ଟାନ ଆଗ୍ନେୟଗିରି ଗତ ଛଅ ଲକ୍ଷ ବର୍ଷ ହେବ ଶାନ୍ତ ରହିଛି । କିନ୍ତୁ ଏଥିପାଇଁ ବୈଜ୍ଞାନକଙ୍କୁ ଭୟ ଘାରୁଛି । ଶୋଇଥିବା ଏହି ରାକ୍ଷସ କେବେ ମଧ୍ୟ ଉଠିପାରେ ଆଉ ବିନାଶ ଆଣିପାରେ । ଯଦି ଏହି ବିସ୍ଫୋରଣ ହେଉଛି ତେବେ ସାରା ଦୁନିଆରେ ଅରାଜକତା ଖେଳିଯିବ । ମାଟିତଳେ ତାତି ଯେତେ ବଢିବ ବିନାଶ ସେତେ ନିକଟତର ହେବ । ଲାଭା ତରଳିବାକୁ ଲାଗିବ । ତାତି ବଢିଲେ ମ୍ୟାଗ୍ମା କାର୍ବନ ଡାଇଅକ୍ସାଇଡ ଏବଂ ଅନ୍ୟ କେତେକ ଗ୍ୟାସ ଏକାସାଙ୍ଗରେ ମିଶିବା ଆରମ୍ଭ ହେବ । ଯାହାପରେ ମାଟିର ତଳ ସ୍ତର ଫୁଲିବା ଆରମ୍ଭ କରିବ । ଆଉ ଯଦି ୟେଲୋଷ୍ଟାନ ଆଗ୍ନେୟଗିରି ଫାଟିବ ତେବେ ପ୍ରଳୟ ଆସିଯିବ ଓ ତତକ୍ଷଣାତ ୯୦ ହଜାର ଲୋକଙ୍କ ଜୀବନ ଚାଲିଯିବ । ଏହି ମହାବିସ୍ଫୋଟକ କାରଣରୁ ୧୬ ଶହ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ପୃଥିବୀ ଉପରେ ମ୍ୟାଗ୍ମାର ୩ ମିଟର ପରସ୍ତ ଖେଳିଯିବ । ଯାହା ଖୁବ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିବ । କେବଳ ୯୦ ହଜାର ନୁହେଁ ଅଧିକ ଲୋକଙ୍କ ଜୀବନ ବିପଦ ମୁଖରେ ପଡ଼ିବ । ଏଥିରୁ ପାଉଁଶ ବାହାରି ରାସ୍ତାକୁ ଘୋଡ଼େଇ ଦେବ । ଗ୍ୟାସ ଏବଂ ପାଉଁଶର ବାତାବରଣ ଏକ ଅକଳ୍ପନୀୟ ପରିସ୍ଥିତି ସୃଷ୍ଟି କରିବ । ଯାହା ୨୦୧୦ରେ ଏକ ଆଇଲ୍ୟାଣ୍ଡରେ ଘଟିଥିଲା ।

ଯଦି ଏହି ଲାଭା ତରଳି ଆଗ୍ନେୟଗିରିରେ ବିସ୍ଫୋରଣ ହୁଏ ତେବେ ପୃଥିବୀର ବାତାବରଣ ବା ଜଳବାୟୁ ବଦଳିଯିବ । ଏହାପରେ ପୃଥିବୀକୁ ପରମାଣୁ ଥଣ୍ଡା ଆସିଯିବ । ସଲଫର ଡାଇଅକ୍ସାଇଡ ଭର୍ତ୍ତି ହୋଇଗଲେ ଏରୋସୋଲ ସୃଷ୍ଟି ହେବ, ଯାହା ସୂର୍ଯ୍ୟର ରଶ୍ମିକୁ ପରିବର୍ତ୍ତନ କରିଦେବ । ଏହାଦ୍ୱାରା ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ଆସିଯିବ । ଆଉ ଏଭଳି ହେଲେ ଫସଲ ହୋଇପାରିବ ନାହିଁ । ଯାହାପରେ ପୃଥିବୀରେ ସମସ୍ୟା ଅଧିକ ବଢିଯିବ ।

Leave a Reply