ନନ୍ଦିଘୋଷ ବ୍ୟୁରୋ: ଚିପ୍ସ ପକେଟରେ ଥିବା ଖେଳଣା ଗିଳି ଚାରି ବର୍ଷ ର ଶିଶୁ ମୃତ l କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମୁସିମାହା ଗାଁରେ ଘଟିଛି ଏହି ମର୍ମନ୍ତୁଦ ଘଟଣା। ରଞ୍ଜିତ ପ୍ରଧାନଙ୍କ ଚାରି ବର୍ଷର ପୁଅର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ ଶିଶୁଟିକୁ ଚିପ୍ ପକେଟ ଦେଇ ବାମା ମାଆ ବିଲରେ କାମ କରୁଥିଲେ। ଚିପ୍ ପକେଟ ଖୋଲି ଶିଶୁଟି ଭୁଲରେ ପ୍ଲାଷ୍ଟିକ ଖେଳଣାକୁ ଗିଳି ଦେଇଥିଲା। ତଣ୍ଟିରେ ତାହା ଅଟକି ଯାଇଥିଲା। ବାପା ରଞ୍ଜିତ ପ୍ରଧାନ ବହୁ ଉଦ୍ୟମ କରିଥିଲେ ପ୍ଲାଷ୍ଟିକ ଖେଳଣାକୁ ତଣ୍ଟିରୁ ବାହାର କରିବାକୁ। ତାକୁ ଦାରିଙ୍ଗିବାଡ଼ି ହସପିଟାଲକୁ ନିଆଯାଇଥିଲା। ସେଠାରେ ଶିଶୁ ପୁଅକୁ ଡାକ୍ତର ମୃତ ଘୋଷଣା କରିଥିଲେl ପିଲାଙ୍କୁ ଆକର୍ଷିତ କରିବା ପାଇଁ ଚିପ୍ ପକେଟରେ ଭେଳିକି ଭଳି ଖେଳଣା ରଖୁଛନ୍ତି କମ୍ପାନିମାନେ। ସେଥିପାଇଁ ପୁଅର ଜୀବନ ଗଲା ବୋଲି କହିଛନ୍ତି ରଂଜିତପ୍ରଧାନ।

