ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକା ସୁଦାନରୁ ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା ଓଡ଼ିଶା ଫେରିଛନ୍ତି। ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଦୀର୍ଘ ଦିନ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଆଦର୍ଶ । ବିମାନବନ୍ଦରରେ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି।
ଆଦର୍ଶଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର। ଜଙ୍ଗଲ ଭିତରେ ଆଦର୍ଶଙ୍କୁ ଦିଆଯାଉଥିଲା ନିର୍ଯାତନା। ଆତଙ୍କବାଦୀମାନେ ଆଦର୍ଶଙ୍କୁ ଶାହାରୁଖ ଖାନଙ୍କୁ ଜାଣିଛନ୍ତି କି ବୋଲି କରୁଥିଲେ ପ୍ରଶ୍ନ। ଆଦର୍ଶ ମୁମ୍ବାଇରେ କାମ କରିବା ସମୟରେ ସୁଦାନରେ ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବା ପାଇଁ ଚୁକ୍ତି କରିଥିଲେ। ସୁଦାନର ରାଜଧାନୀ ଖାରତୁମ ଠାରୁ ହଜାର କିଲୋମିଟର ଦୂରରେ ସେ କାମ କରିବା ବେଳେ ଅପହରଣକାରୀ ଅପହରଣ କରିଥିଲେ। ଗତ ୨୦୨୨ ମସିହାରୁ ଆଦର୍ଶ ସୁଦାନରେ ଶୁକ୍ରତି ପ୍ଲାଷ୍ଟିକ ଫାକ୍ଟେରିରେ କାମ କରିଆସୁଥିଲେ।
ସୁଦାନରୁ ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା

