spot_img

Latest Posts

ସିଗାରେଟ୍ ପ୍ୟାକେଟ୍ ପାଇଁ ଆମେରିକାରେ ଭାରତୀୟଙ୍କୁ ହତ୍ୟା

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟଙ୍କ ମୃତ୍ୟୁର କାରଣ ସାଜିଲା ସିଗାରେଟ୍ ପ୍ୟାକେଟ୍  । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ଭାରତୀୟ । ତାଙ୍କୁ କେବଳ ସିଗାରେଟ୍ ପ୍ୟାକ୍ ପାଇଁ ଗୁଳି କରାଯାଇଥିବା ନେଇ ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ଜଣକ ହେଉଛନ୍ତି ଆମେରିକାରର ଏକ ସୁପର ମାର୍କେଟରେ କାମ କରୁଥିବା ଦାସାରୀ ଗୋପୀକୃଷ୍ଣ ।

ସୂଚନା ଅନୁଯାୟୀ, ୩୨ ବର୍ଷିୟ ଗୋପୀକୃଷ୍ଣ ଶନିବାର ଅପରାହ୍ନରେ ଷ୍ଟୋର୍‌ର କାଉଣ୍ଟରରେ ଥିଲେ। ଏହି ସମୟରେ ଜଣେ ଅଜ୍ଞାତ ଆକ୍ରମଣକାରୀ ଦୋକାନ ଭିତରେ ପଶି ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା ଏବଂ ସେ ଚାହୁଁଥିବା ସିଗାରେଟ୍ ପ୍ୟାକେଟ୍ ନେଇ ଚାଲିଯାଇଥିଲା । ଏହି ଗୁଳିରେ କାଉଣ୍ଟରରେ ଉପସ୍ଥିତ ଥିବା ଗୋପୀକୃଷ୍ଣ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ଯାହା ପରେ ଲୋକମାନେ କୌଣସି ପ୍ରକାରରେ ତାଙ୍କୁ ଡାକ୍ତରଖାନା ନେଇଥିଲେ, ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ପୁରା ଘଟଣା ଦୋକାନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି  ।ଯେଉଁଥିରେ ଆକ୍ରମଣକାରୀ ସ୍ପଷ୍ଟ ଭାବରେ ଗୁଳି ଚାଳନାର ଚିତ୍ର ଦେଖିବାକୁ ମିଳିଛି |

ଚାକିରି ପାଇଁ ଆମେରିକା ଯାଇଥିଲେ ଗୋପୀକୃଷ୍ଣ

ଗୋପୀକୃଷ୍ଣ ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲା ୟାଜାଲିର ବାସିନ୍ଦା ଥିଲେ। ଚାକିରୀ ପାଇଁ ସେ ନିଜ ସ୍ତ୍ରୀ ଏବଂ ଦେଢ ବର୍ଷୀୟ ପୁଅକୁ ନେଇ ଆମେରିକା ଆସିଥିଲେ । ସେଠାରେ ସେ ଏକ ସୁପରମାର୍କେଟରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏବେ ତାଙ୍କ ପରିବାରରେ ଶୋକରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗୋପିକୃଷ୍ଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରକୁ ସମସ୍ତ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ୍ସରେ ଲେଖିଛନ୍ତି ଯେ ଗୋପିକୃଷ୍ଣଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବାରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା କରିବେ। ସରକାର ତାଙ୍କ ପରିବାର ସହିତ ଅଛନ୍ତି। ଏହା ସହିତ ସେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

Latest Posts

Don't Miss