ଭିଜିଲାନ୍ସ ଜାଲରେ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ବିଶ୍ୱରଞ୍ଜନ ପ୍ରଧାନ। ସୂଚନା ଅନୁସାରେ, ଭଦ୍ରକ ଅଞ୍ଚଳର ନରେଶ ମୁଦୁଲି ଏସସି ଏସଟି ବିଭାଗର ସାର୍ଟିଫିକେଟ ଆବେଦନ କରିବାକୁ କିଛି ଦିନ ତଳେ ଆସିଥିଲେ  । ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିଶ୍ବରଞ୍ଜନ ପ୍ରଧାନ ୫ ହଜାର ଟଙ୍କା ମାଗିଥିଲେ। ନରେଶ ଏନେଇ ଭଦ୍ରକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବିଶ୍ବରଞ୍ଜନକୁ ମାଡ଼ି ବସିଥିଲା ଭିଜିଲାନ୍ସ।