spot_img

Latest Posts

ଝିଅ ଚାକିରୀ ନଛାଡ଼ିବାରୁ ବାପା ମାଙ୍କୁ ବାସନ୍ଦ

ଆମକୁ ଏ ଗାଁରୁ ବାସନ୍ଦ କରନାହିଁ  । ଆମକୁ ଆମ ବିଲ ଚାଷ କରିବା ପାଇଁ ଦିଅ । ଗାଁରୁ ବାହାର କଲେ ଆମେ କୋଉଠି ଯାଇ ରହିବୁ । ଏଭଳି ଆକୁଳ ନିବେଦ କରିଛନ୍ତି ଗାଁରୁ ବାସନ୍ଦ ହୋଇଥିବା ପରିବାର । ଝିଅ ଚାକିରୀ ନଛାଡ଼ିବାରୁ ବାପା ମାଙ୍କୁ ବାସନ୍ଦ କରିଛନ୍ତି ଗାଁ ଲୋକେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳଛି । ଗାଁର ଏନ୍‌. ଭଗବାନଙ୍କ ସାନ ଝିଅ ମମତା ଗଜପତି ଜିଲ୍ଲା ଲକ୍ଷ୍ମୀପୁର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ବଡ଼ଖଣ୍ଡିରେ ହିଁ ମମତା ବିବାହ କରିଥିଲେ। କୌଣସି କାରଣରୁ ତାଙ୍କର ସ୍ୱାମୀଙ୍କ ସହ ମନାନ୍ତର ହୋଇଥିଲା।

ଏହାପରଠୁ ସେ ଗଜପତିରେ ରହୁଛନ୍ତି। ତେବେ ଝିଅକୁ ଚାକିରୀ ଛାଡ଼ିବା ପାଇଁ ଏନ୍‌. ଭଗବାନଙ୍କ ପରିବାର ଉପରେ ଚାପ ପକାଉଥିଲେ ଗାଁଲୋକେ। ହେଲେ ଝିଅ ଚାକିରୀ ନଛାଡ଼ିବାରୁ ଗ୍ରାମସଭାରେ ତାଙ୍କ ପରିବାରକୁ ବାସନ୍ଦ କରିଛନ୍ତି। ସେବେଠାରୁ ଏନ୍‌. ଭଗବାନ ଓ ତାଙ୍କ ପତ୍ନୀ ଝିଅ ପାଖରେ ରହୁଥିବା ବେଳେ ରାଜ୍ୟ ବାହାରେ ପୁଅ ରହୁଛି। ଆପୋଷ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ସେପଟେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଗାଁରେ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି  । ')}

Latest Posts

Don't Miss