ରାଜଧାନୀରେ ପୁଣି ବଧୂ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ପୁଣି ବଧୂ ହତ୍ୟା ଅଭିଯୋଗ । ମଞ୍ଚେଶ୍ୱର ଥାନା ଅଧୀନ ଧୀରୁକୁଟୀ ବସ୍ତିରେ ନବବଧୂକୁ ହତ୍ୟା । ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅନ୍ଧାରୁଆ ଅଞ୍ଚଳର ତୃପ୍ତିମାଲା ନାୟକ ୭ ମାସ ତଳେ ଧୀରୁକୁଟୀ ବସ୍ତିର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ତୃପ୍ତି ତାଙ୍କ ସ୍ୱାମୀଙ୍କ ସହିତ ଧୀରୁ କୁଟୀ ବସ୍ତିରେ ଶାଶୁ ଘରେ ରହୁଥିଲେ। ହଠାତ ଗତକାଲି ରାତିରେ ଝିଅ ରଶି ଲଗାଇ ଦେଇଥିବା ତୃପ୍ତିଙ୍କ ଘରକୁ ଜଣାଇଥିଲେ ଶାଶୁଘର ଲୋକେ । ତେବେ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତୃପ୍ତିଙ୍କ ପରିବାର । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।