ନ୍ୟାୟ ପାଇଁ ଶ୍ୱଶୁର ଘର ସମ୍ନାରେ ୪ଦିନ ଧରି ଧାରଣାରେ ବସିଛି ବୋହୂ

ମୟୂରଭଞ୍ଜ: ନ୍ୟାୟ ପାଇଁ ଶ୍ୱଶୁର ଘର ସମ୍ନାରେ ୪ଦିନ ଧରି ଧାରଣାରେ ବସିଛି ବୋହୂ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନିକଟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବଡାମତଳିଆ ଗାଁର ବିନୋଦ ପରିଡ଼ାଙ୍କ ପୁଅ ସିଦ୍ଧାର୍ଥଙ୍କ ସହ ବାଲେଶ୍ଵର ମାଣିଖମ୍ବ ଅଂଚଳ‌ର ବିଜୟ ରଣାଙ୍କ ଝିଅ ବିଦୁସ୍ମିତାଙ୍କ ବିବାହ ହୋଇଥିଲା । ହେଲେ ବିବାହ ଦିନଠାରୁ ଝିଅକୁ ଅଧିକ ୧୦ ଲକ୍ଷ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ପେଟରେ ଥିବା ସନ୍ତାନକୁ ନଷ୍ଟ କରିବାକୁ କହି ଘରୁ କାଢି ଦେଇଥିଲେ ଶାଶୂଘର ଲୋକେ ।

ବିଦୁସ୍ମିତାଙ୍କ ବାପଘରେ ଶିଶୁପୁତ୍ର ଜନ୍ମ ହୋଇଥିଲା । ଏହାରି ଭିତରେ ସିଦ୍ଧାର୍ଥଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ ଛାଡପତ୍ରର ସାହାରା ନେଇଥିଲେ ଶାଶୂଘର ଲୋକେ । ହେଲେ ବିଦୂସ୍ମିତା ଫ୍ୟାମିଲି କୋର୍ଟର ଆଶ୍ରୟ ନେଇ ସ୍ୱାମୀପାଖରେ ରହିବାକୁ ଯାଇଥିଲେ । କିନ୍ତୁ ବିଦୂସ୍ମିତା ଓ ତାଙ୍କ ୬ ବର୍ଷର ପୁଅକୁ ଘର ଭିତରେ ପୁରାଇ ଦେଇନଥିଲେ ଶାଶୂଘର ଲୋକେ । ଏନେଇ ସେ ନିଜ ପୁଅକୁ ଧରି ନ୍ୟାୟ ପାଇଁ ଗତ ରବିବାର ଠାରୁ ଆଜି ପର୍ଯ୍ୟନ୍ତ ଶାଶୂଘର ସାମ୍ନାରେ ଧାରଣାରେ ବସିଛନ୍ତି ।

Leave a Reply