ଡିଏନ୍‌ ଗ୍ରୁପ୍ ଉପ‌ରେ IT ରେଡ୍‌ର ତୃତୀୟ ଦିନ : ଜବତ କାଗଜପତ୍ରର ଚାଲିଛି ଯାଞ୍ଚ

1 min read

ଭୁବନେଶ୍ୱର : DN ଗ୍ରୁପରେ ଆୟକର ରେଡ ଘଟଣା । ତୃତୀୟ ଦିନରେ ଛାନଭିନ ଜାରି ରଖିଛି ଆୟକର ବିଭାଗ । ତୃତୀୟ ଦିନରେ ନୟାପଲ୍ଲୀ ସ୍ଥିତ ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଜବତ କାଗଜପତ୍ରର ଯାଞ୍ଚ ଚାଲିଛି । ସଂସ୍ଥାର କିଛି ଅଧିକାରୀଙ୍କୁ ଅଫିସରେ ପଚରାଉଚରା ଚାଲିଛି । ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍‌ ।

ଗତକାଲି ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍‌ ହୋଇଥିଲା । ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି । ଡିଏନ ହୋମସ ସଂସ୍ଥାର ୨୨ଟି ସ୍ଥାନରେ ମାରାଥନ ରେଡ୍ ହୋଇଛି । କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି । ଘଟଣାର ଖୁବଶୀଘ୍ର ତଦନ୍ତ କରିବ ଇଡି। ଇଡି ଅଧିକାରୀ ଏହି ପ୍ରସଙ୍ଗରେ ଆଇଟି ଅଫିସରଙ୍କ ସହ ଆଲୋଚନା କରିଛନ୍ତି ।