ପିଲାଙ୍କ ରକ୍ତହୀନତା ଲାଗି ଆସିଲା ମହୌଷଧି

1 min read

ହାଇଦ୍ରାବାଦ: ପିଲାଙ୍କ ରକ୍ତହୀନତା ଲାଗି ଆସିଲା ମହୌଷଧି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ-Eର ନ୍ୟୁମୋକୋକାଲ କଞ୍ଜୁଗେଟ ଭାକ୍ସିନ PCV14କୁ ଗ୍ରୀନ ସିଗନାଲ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ।

୧୪ ଭାଲେଣ୍ଟ କ୍ଷମତା ସମ୍ପନ୍ନ ଏହି ଔଷଧ ଦେଶରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ରକ୍ତହୀନତା ରୋଗର ସଫଳ ମୁକାବିଲା କରିପାରିବ । ଭାରତରେ ୫ ବର୍ଷର କମ୍ ବୟସର ଶିଶୁଙ୍କ ମୃତ୍ୟୁ ଲାଗି ବିଶେଷ କାରଣ ସାଜିଥାଏ ରକ୍ତହୀନତା ।

କେବଳ ଭାରତରେ ନୁହେଁ ବିଶ୍ବରେ ପ୍ରତିବର୍ଷ ରକ୍ତହୀନତାରେ ପ୍ରାଣ ହରାଇଥାନ୍ତି ଲକ୍ଷ ଲକ୍ଷ ଶିଶୁ । ୬, ୧୦ ଓ ୧୪ ସପ୍ତାହର ଶିଶୁମାନଙ୍କୁ ଏହି ଔଷଧ ଦିଆଯାଇପାରିବ । PCV14ରେ ୧୪ଟି ସେରୋଟାଇପ ରହିଛି ଯାହାକି ଅନ୍ୟ ସମସ୍ତ ଔଷଧ ତୁଳନାରେ ସର୍ବାଧିକ ।

ବାୟୋଲୋଜିକାଲ-E ପକ୍ଷରୁ ବାହାର କରାଯାଇଥିବା ଔଷଧକୁ ଶିଶୁମାନଙ୍କ କ୍ଷେତ୍ରରେ ସଫଳ ଟ୍ରାଏଲ କରାଯାଇଛି । ବିଶ୍ବସ୍ତରରେ ମଞ୍ଜୁରୀ ମିଳିଥିବା ଅନ୍ୟ ଦୁଇଟି ଟିକା ପ୍ରିଭେନାର ୧୩ ଓ ମର୍କ କମ୍ପାନୀର ଭାକ୍ସନ୍ୟୁଭାନ୍ସ ତୁଳନାରେ PCV14 ଅଧିକ ଶକ୍ତିଶାଳୀ ଥିବା କୁହାଯାଇଛି ।

ବାୟୋଲୋଜିକାଲ-E ପରିଚାଳନା ନିର୍ଦ୍ଦେଶକ ମହିମା ଡାଟଲା କହିଛନ୍ତି- ଡିସିଜିଆଇଙ୍କ ଏହି ଅନୁମତି ଦ୍ବାରା ଭାରତ ସମେତ ବିଶ୍ବରେ ଶିଶୁମୃତ୍ୟୁ ହାର ରୋକାଯାଇପାରିବ।

https://youtu.be/3QRfTenOUGo