୫୦ ଦିନ ପରେ ଜୀବିତ ଫେରିଲା ସ୍ୱାମୀ, ହତ୍ୟା ଅଭିଯୋଗରେ ତିନି ଜଣଙ୍କୁ ଜେଲ

ପାକୁଡ଼: ଝାଡ଼ଖଣ୍ଡର ପାକୁଡ଼ରେ ଶବ ନେବାକୁ ଅଡ଼ି ବସିଥିବା ପତ୍ନିକୁ ମିଳିଲା ଜୀବିତ ସ୍ୱାମୀ । ହଠାତ୍ମୃତ ଭାବି ନେଇଥିବା ସ୍ୱାମୀଙ୍କୁ ଦେଖିବା ପରେ ମହିଳାଙ୍କ ହୋଶ୍ଉଡ଼ିଗଲା ।

ପାକୁଡ଼ର ଅମଡ଼ାପାଡ଼ା ଥାନାର ବୋହଡ଼ା ଗାଁର ବାସିନ୍ଦା ମହେଶ୍ୱର ଟୁଡୁଙ୍କୁ ପୋଲିସ ଜୀବିତ ଅବସ୍ଥାରେ ଅଦାଲତରେ ହାଜର କଲା । ଅଦାଲତରେ ହାଜର କରିବା ପରେ ମହେଶ୍ୱରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଗତ ମାର୍ଚ୍ଚ ମାସଠାରୁ ଚର୍ଚ୍ଚାରେ ଅଛନ୍ତି ମହେଶ୍ୱର । ମହେଶ୍ୱରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନି ଓ ପରିବାରବର୍ଗ ଉମଡ଼ପାଡ଼ା ଥାନାରେ ଅଭିଯୋଗ କରିଥିଲେ । ଏହା ସହିତ କିଛି ସମ୍ପର୍କୀୟଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ ମହେଶ୍ୱରଙ୍କ ପରିବାର । ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ତିନି ନିର୍ଦ୍ଦୋଷ ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗରେ ଜେଲକୁ ପଠାଇଥିଲା ।

ମହେଶ୍ୱରଙ୍କ ମୃତଦେହ ନମିଳିବାରୁ ମହେଶ୍ୱରଙ୍କ ପତ୍ନି,ପରିବାର ଓ ସମ୍ପର୍କୀୟ ଦୁଇ ଦୁଇ ଥର ରାସ୍ତା ଅବରୋଧ କରିଥିଲେ । ମହେଶ୍ୱରଙ୍କ ପରିବାର ଓ ତାଙ୍କ ଗାଁ ଲୋକଙ୍କ ଚାପ ପଡ଼ିବାରୁ ପୋଲିସ ମହେଶ୍ୱରଙ୍କ ତିନି ସମ୍ପର୍କୀୟଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଏସପି ମଣିପାଲ କହିଛନ୍ତିଯେ, ମହେଶ୍ୱର ଟୁଡୁଙ୍କ ପରିବାର ସମ୍ପତ୍ତି ଲୁଟ୍ଉଦ୍ଦେଶ୍ୟରେ ମହେଶ୍ୱରଙ୍କୁ ଗୁପ୍ତ ଭାବରେ ବାଙ୍ଗାଲୁରୁ ପଠାଇ ଦେଇଥିଲେ । ପ୍ରାୟ ଦୁଇ ମାସ ପରେ ସେଠାରୁ ଆସି ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ ମହେଶ୍ୱର । ମହେଶ୍ୱରଙ୍କ ବିଷୟରେ ସୁରାକ୍ମିଳିବା ପରେ ସମସ୍ତ ରାଜ୍ଖୋଲିଛି ।

Leave a Reply