ଗୁପ୍ତଧନକୁ ନେଇ ସୁନା ବ୍ୟବସାୟୀଙ୍କୁ ହତ୍ୟା, ନିଖୋଜର ୧୭ ଦିନ ପରେ ମିଳିଲା ମୃତଦେହ

1 min read

ବଲାଙ୍ଗିର: ସୁନା ବ୍ୟବସାୟୀଙ୍କ ମୃତଦେହ ଠାବ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ଗଳିତ ମୃତଦେହ ଠାବ ହୋଇଛି । ଦେଓଗାଁ-ପାଟଣାଗଡ଼ ସୀମାବର୍ତ୍ତୀ ଚିପାକାନୀ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ଗତ ୫ ତାରିଖରୁ ଗଜାନନ ନିଖୋଜ ଥିଲେ । ଦେଓଗାଁ ପୋଲିସ ସହ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Deadbody Of Gold Business Man Recovered From Forest

ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୫ ତାରିଖ ପାଟଣାଗଡ଼ ଯାଉଛି କହି ଘରୁ ବାହାରି ଆଉ ଫେରିନଥିଲେ । ପରିବାର ଲୋକ ୬ ତାରିଖରେ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ହେବାର ୧୭ ଦିନ ପରେ ଗଜାନନଙ୍କ ଗଳିତ ମୃତଦେହ ଦେଓଗାଁ-ପାଟଣାଗଡ଼ ସୀମାନ୍ତବର୍ତ୍ତୀ ଚିପାକାନୀ ଗାଁ ନିକଟ ଜଙ୍ଗଲରେ ଠାବ କରାଯାଇଛି ।

Deadbody Of Gold Business Man Recovered From Forest

ଘଟଣାସ୍ଥଳରେ ବାଇକ୍ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଦେଓଗାଁ ଥାନା ଅଧିକାରୀ, ବଲାଙ୍ଗିର ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ସୁନା ବ୍ୟବସାୟୀ ଗଜାନନ ମେହେରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁପ୍ତଧନ ରଖିଥିବା ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply