ମଧ୍ୟପ୍ରଦେଶରେ ବର୍ବରତା; ମୂକ ଓ ବଧିର ନାବାଳିକାଙ୍କୁ ଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶରେ ଅମାନୁଷିକତା ଓ ବର୍ବରତା। ଜଣେ ମୂକ ଓ ବଧିର ନାବାଳିକାଙ୍କୁ ୬ଜଣ ଦୁଷ୍କର୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ। ମଧ୍ୟପ୍ରଦେଶର ସହଦୋଲରେ ଘଟିଛି ଏଭଳି ଅମାନୁଷିକ ଘଟଣା ।

ସୂଚନା ଅନୁସାରେ ନାବାଳିକା ଜଣକ ମୁକ ଓ ବଧିର ହୋଇଥିବା ଯୋଗୁଁ ଅଭିଯୁକ୍ତଙ୍କ ବିଷୟରେ କହିପାରିନଥିଲେ । କିନ୍ତୁ ଦୁଷ୍କର୍ମ ସମୟର ଫଟୋ ଅଭିଯୁକ୍ତ ମାନେ ଭାଇରାଲ କରିଥିଲେ। ଯେଉଁ ଫଟୋରୁ ସେମାନଙ୍କୁ ଚିହ୍ନଟ କରାଯାଇପାରିଥିଲା।

ପୋଲିସର କହିବାନୁଯାୟୀ, ନାବାଳିକା ଜଣକ ଘରେ ଥିବାବେଳେ ଅଭିଯୁକ୍ତମାନେ ତାକୁ ପ୍ରଲୋଭିତ କରି ଦୂରକୁ ନେଇଯାଇଥିଲେ । ପରେ ତାକୁ ଏକ କୁଡିଆରେ ଦୁଷ୍କର୍ମ କରିଥିଲେ ।  ପରେ ଅଭିଯୁକ୍ତମାନେ ଭାଇରାଲ କରିଥିବା ଫଟୋ ମଧ୍ୟରୁ ଜଣକୁ ନାବାଳିକାଟି ଚିହ୍ନଟ କରିବା ପରେ ଅଭିଯୁକ୍ତମାନେ ଧରାପଡିଥିଲେ । ପୀଡିତାଙ୍କ ମା କୋତଓ୍ବାଲି ଥାନାରେ ମାମଲା ଦାୟର କରିବା ପରେ ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ଅନୁସାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ କହିଛନ୍ତି ପୋଲିସ ଏସପି ଅବଧେଶ ଗୋସ୍ବାମୀ ।

Leave a Reply