ଫ୍ୟାନ୍‌ରେ ଓହଳି ଟିକ୍‌ଟକ୍‌ କରୁଥିଲ, ଉଡ଼ିଗଲା ପ୍ରାଣ ବାୟୁ

ନୟାଗଡ: ଟିକ୍‌ଟକ୍‌ ନିଶା ନେଲା ଜୀବନ । ବେକରେ ଲୁଗା ଲଗାଇ ଫ୍ୟାନ୍‌ରେ ଓହଳି ଟିକ୍‌ଟକ୍‌ କରୁଥିବା ବେଳେ ଉଡ଼ିଗଲା ପ୍ରାଣ ବାୟୁ । ଏଭଳି ଘଟଣା ଘଟିଛି ନୟାଗଡର ଅରବିନ୍ଦ ନଗରରେ । ପ୍ରଥମେ ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମାମଲାରେ ପୋଲିସ ତଦନ୍ତ କରୁଛି ।

ଟିକ୍‌ଟକ୍‌ କରୁଥିବା ବେଳେ ଅସାବଧନତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଅରବିନ୍ଦ ନଗରର ଆନନ୍ଦ ସାହୁଙ୍କ ପୁଅ ପ୍ରେମାନନ୍ଦ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଏକ ରୁମରେ କବାଟ ଦେଇ ଟିକ୍‌ଟକ୍‌ କରିଥିଲେ ।

ଅନେକ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ଘର ଲୋକ ଆସି କବାଟ ଖୋଲି ପ୍ରେମାନନ୍ଦ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରେମାନନ୍ଦ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ।

Leave a Reply