ନରେନ୍ଦ୍ର ଗିରିଙ୍କୁ ଫୋନରେ ଧମକାଉ ଥିଲେ ଆନ୍ଦନ ଗିରି

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ମାମଲାରେ ସିବିଆଇର ବଡ ଖୁଲାସା । ମୃତ୍ୟୁ ପୂର୍ବରୁ ନରେନ୍ଦ୍ର ଗିରିଙ୍କ ପାଖକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ୨୦୨୧ ମେ ମାସରେ ଆନନ୍ଦ ଗିରି କରିଥିଲେ ଏହି ଫୋନ୍ । ସେ ନରେନ୍ଦ୍ର ଗିରିଙ୍କୁ କହିଥିଲେ, ‘ମୋ ପାଖରେ ଏମିତି ଏକ ଭିଡିଓ ଅଛି ଯାହାକୁ ଦେଖିବା ପରେ ଆପଣଙ୍କ ଗୋଡ ତଳୁ ମାଟି ଖସି ଯିବ ।’ ଯାହାର ଅଡିଓ ସିବିଆଇ ହାତରେ ଲାଗିଛି । ସିଜେଏମ କୋର୍ଟରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ମଧ୍ୟ ଏହା ଉଲ୍ଲେଖ କରିଛି ।

୧୯ ପୃଷ୍ଠାର ଏହି ଚାର୍ଜସିଟରେ ଆନନ୍ଦ ଗିରି ଧମକ ଦେବାର ସମ୍ପୂର୍ଣ୍ଣ ବିବରଣି ରହିଛି । ଆନନ୍ଦଙ୍କ ଏହି ଧମକ ପରେ ନରେନ୍ଦ୍ର ଗିରି ବିଚଳିତ ହୋଇ ଯାଇଥିଲେ । ମର୍ଡର ମିଷ୍ଟ୍ରିର ତଦନ୍ତ କରୁଥିବା ସିବିଆଇ ଆନନ୍ଦ ଗିରି, ଆଧ୍ୟା ତିଓ୍ବାରୀ ଏବଂ ସନ୍ଦୀପ ତିଓ୍ବାରୀଙ୍କୁ ଆରମ୍ଭରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୁକ୍ତ ଭାବେ ବିବେଚନା କରୁଛି ।

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମହନ୍ତ ବ୍ଲାକମିଲିଂ ଓ ଆପତ୍ତିଜନକ ଭିଡିଓ ସମ୍ପର୍କରେ ମହନ୍ତ ସନ୍ତୋଷ ଦାସ ଓରଫ ସତୁଆ ବାବାଙ୍କୁ କହିଥିଲେ । ଏହାସହ ସେ ଆହୁରି କହିଥିଲେ, ମୁଁ ଖବର ପାଇଛି ଆନନ୍ଦ କମ୍ପ୍ୟୁଟରରେ ଜଣେ ମହିଳାଙ୍କ ସହ ମୋର ଏକ ଭିଡିଓ ପ୍ରସ୍ତୁତ କରିଛି ଓ ତାକୁ ଭାଇରାଲ କରିଦେବାକୁ ଧମକ ଦେଇଛି । ସତୁଆ ବାବାଙ୍କ ବ୍ୟତୀତ ମହନ୍ତ ନିଜ ଅତି ନିକଟତର ମନୀଷ ଶୁକ୍ଲା ଏବଂ ଅଭିଷେକ ମିଶ୍ରାଙ୍କୁ ମଧ୍ୟ ଭିଡିଓ ସମ୍ପର୍କରେ କହିଥିଲେ ।

ଏପଟେ ସିଜେଏମ କୋର୍ଟରେ ଦାଖଲ ଚାର୍ଜସିଟିରେ ବିସିଆଇ ପକ୍ଷରୁ କୁହାଯାଇଛି ଆଗକୁ ତଦନ୍ତ ଜାରି ରହିଛି । ଏହା ପ୍ରଥମ ଚାର୍ଜସିଟ, ତଦନ୍ତ ଆଗକୁ ବଢ଼ିବା ସହ ଯଦି ଅନ୍ୟ କୌଣସି ଲୋକଙ୍କ ସମ୍ପୃକ୍ତି କିମ୍ବା କିଛି ତଥ୍ୟ ନଜରକୁ ଆସିଲେ କୋର୍ଟରେ ପୁଣି ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯିବ ।

Leave a Reply