ରାଜ୍ୟରେ ଆହୁରି ୧୦ କରୋନାଜନିତ ମୃତ୍ୟୁ, ୧୯୭ରେ ପହଞ୍ଚିଲା ମୋଟ୍ ସଂଖ୍ୟା

ଆଜି ରାଜ୍ୟରେ ୧୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୩, ସୁନ୍ଦରଗଡ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ସୁନ୍ଦରଗଡର ମୃତ ଘୋଷିତ ହୋଇଥିବା ବୟସଙ୍କ ବ୍ୟକ୍ତି ୭୩ ବର୍ଷ । ସେ ଡାଇବେଟିସ, ହାଇପରଟେନସନ୍ ଓ ହୃତଘାତଜନିତ ସମସ୍ୟାରେ ପିଡୀତ ଥିଲେ । ସେହିଭଳି ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱର ୭୮ ବର୍ଷୀୟ ବୃଦ୍ଧା, ଖୋର୍ଦ୍ଧାର ୬୦ ବର୍ଷୀୟ ମହିଳା, ଯାଜପୁରର ୮୦ ବର୍ଷୀୟ ବୃଦ୍ଧ ଓ ଯାଜପୁରର ୫୭ ବର୍ଷୀୟ ମହିଳା ସମାନ ଅସୁସ୍ଥତା କାରଣ ଯୋଗୁଁ ଜୀବନ ହରାଇଛନ୍ତି ।

ଏମାନଙ୍କ ବ୍ୟତିରେକ ଗଞ୍ଜାମ ଜଣେ ୯୪ ବର୍ଷୀୟ ବୃଦ୍ଧା ଓ ୪୫ ବର୍ଷୀୟ ମହିଳା କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି । ସେହିଭଳି କଳାହାଣ୍ଡିର ଜଣେ ୬୨ ବର୍ଷର ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି । ସେହିଭଳି ଏବେର ମୃତକଙ୍କୁ ମିଶାଇବା ପରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୧୦୩ରେ ପହଞ୍ଚିସାରିଛି । ଖୋର୍ଦ୍ଧା ଜିଲ୍ଲାରେ ୨୮ ଜଣ ଲୋକ ଏଯାବତ୍ ପ୍ରାଣ ହରାଇଲେଣି ।

 

Leave a Reply