ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡନେଲା କରୋନା । ଦିନକୁ ଦିନ ସଂକ୍ରମିତଙ୍କ ଧାରାରେ ବଢୁଛି ମୃତକଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୬୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଏବଂ ଆଜି ୬ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଳିଛି ।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ଗତକାଲି ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକ ସମସ୍ତେ ଗଞ୍ଜାମ ଜିଲ୍ଲାର ଥିଲେ । ସେହିଭଳି ଆଜି ଆଉ ୬ଜଣ କରୋନା ରୋଗୀଙ୍କ ମଧ୍ୟରୁ ୪ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ସେହିଭଳି କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ କରେନା ଆକ୍ରାନଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୪୯ବର୍ଷିୟ ପୁରୁଷ ଯିଏ କି ମଧୁମେହ ରୋଗରେ ପିଡୀତ ଥିଲେ । ଏବଂ ୨ୟ ଜଣଙ୍କ ହେଉଛନ୍ତି ୬୩ ବର୍ଷିୟ ପୁରୁଷ ।  ଆଉ ଦୁଇ ଜଣ ହେଉଛନ୍ତି ୭୨ବର୍ଷିୟ ପୁରୁଷ ଓ ୪୫ବର୍ଷିୟ ପୁରୁଷ ଏମାନେ ପୂର୍ବରୁ ମଧୁମେୟ ରୋଗରେ ପୀଡ଼ିତଥିବା ଜଣାପଡ଼ିଛି । ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ସମୁଦାୟ ୬୧୬ଜଣ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୨୦୧ଜଣ ଚିହ୍ନଟ ହୋଇଛନ୍ତି । ୪ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୧୪୭ରେ ପହଞ୍ଚିଛି ।

Leave a Reply