ଉଜ୍ଜ୍ଵଳା ଦିଦିଙ୍କ ଆଖିରେ ଲୁହ, କହିଲେ ମାଇଲେଜ୍ ନେବାକୁ ଉଜ୍ଜଳା ପୁରୁଷ କହୁଥିଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଦେବଗଡ଼: ଉଜ୍ଜ୍ଵଳା ଦିଦିଙ୍କ ଆଖିରେ ଲୁହ । ଉପଯୁକ୍ତ ପ୍ରାପ୍ୟ ଓ ନିଯୁକ୍ତି ଦାବିରେ ବିଫଳ ହେବା ପରେ ରାଜରାସ୍ତାକୁ ଓହ୍ଲାଇଲେ ଉଜ୍ଜ୍ବଳା ଦିଦି । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ବିରୋଧ । କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନସ୍ତ ଉଜ୍ଜ୍ଵଳା ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ୬ ବର୍ଷ ଧରି ଉଜ୍ଜ୍ଵଳା ଦିଦିଙ୍କୁ ନିଯୁକ୍ତି ଦିଆଯାଇଥିଲା l ରୋଜଗାର ଆଶାରେ ମହିଳା ମାନେ ଘରୁ ଗୋଡ କାଢି ଘରଘର ବୁଲି ଉଜ୍ବଳା ଗ୍ୟାସ ପାଇଁ ପ୍ରଚାର କଲେ l ରାଜନୈତିକ ମାଇଲେଜ ପାଇବାକୁ ନିଜକୁ ଉଜ୍ବଳା ପୁରୁଷ ବୋଲାଇଲେ ଧର୍ମେନ୍ଦ୍ର l ମାତ୍ର ତାଙ୍କୁ ପ୍ରତାରିତ କରି ଦାବି ଶୁଣିଲେନି କି ଚିହ୍ନିଲେନି ବୋଲି ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି l ଏପରିକି ବିଜେପି ପାର୍ଟି ଅଫିସରେ ଗୁଣ୍ଡା ଲଗାଇ ମାଡ଼ ମାରି ତଡିଦେଲେ l ସମ୍ବଲପୁର ଆସିଥିବା ଜାଣି ସାକ୍ଷାତ କରିବାକୁ ଯିବାରୁ ଦେଖା କରିବା ବଦଳରେ ଲୁଚି ପଳାଇଲେ  l ତେଣୁ ଆଜି ଠାରୁ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଘରଘର ବୁଲି ପ୍ରଚାର କରିବେ ବୋଲି କହିଛନ୍ତି ଦେବଗଡ଼ ଜିଲ୍ଲାର ଉଜ୍ଜ୍ଵଳା ଦିଦି l ଏହାସହ ମହିଳାଙ୍କ ଆଖିରେ ଲୁହ ଦେଇଥିବା ଧର୍ମେନ୍ଦ୍ର ମହିଳାଙ୍କ ଲୁହରେ ଭାସିଯିବେ ବୋଲି ଅଭିଶାପ ଦେଇଛନ୍ତି । ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ଏକ ପଟୁଆରରେ ବାହାରି ଧର୍ମେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ମୁଖ୍ୟ ବଜାର, ବସଷ୍ଟାଣ୍ଡ ସମେତ ବିଭିନ୍ନ ସାହି ଗଳିରେ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ପ୍ରଚାର ପତ୍ର ବାଣ୍ଟିଛନ୍ତି l