ଆଜି ବାଲେଶ୍ୱର ଓ ସାଗର ଦ୍ୱୀପ ଅତିକ୍ରମ କରିବ ଗଭୀର ଅବପାତ

1 min read

ନୂଆଦିଲ୍ଲୀ: ଅବପାତର ରୂପ ନେଲା ସଦୃଶ ଲଘୁଚାପ । ତେବେ ଏହି ଅବପାତ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଭୀର ଅବପାତରେ ପରିଣତ ହୋଇ ଏହା ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଓ ସାଗର ଦ୍ୱୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏହି ଅବପାତ ବର୍ତ୍ତମାନ ବାଲେଶ୍ୱରଠାରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଗଭୀର ଅବପାତରେ ରହିବ  ଓ ବାତ୍ୟାରେ ପରିଣତ ହେବ ନାହିଁ ବୋଲି କହିଛନ୍ତି IMD ମୃତ୍ୟୁଞ୍ଜୟ ମହାପାତ୍ର । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୫୫ରୁ ୬୫ କିମି ବେଗରେ ପବନ ବହିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ପବନର ବେଗ କମ୍ ରହିବ । ଗଭୀର ଅବପାତ ପାଇଁ ଓଡ଼ିଶାରେ ବର୍ଷା ହେଉଛି । ଉତ୍ତର ଓଡ଼ିଶାରେ ଆଜି ସବୁଠୁ ଅଧିକ ବର୍ଷା ହେବ । କାଲି ବର୍ଷାର ପରିଣାମ ବଢ଼ିବ । ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସେହିପରି କାଲି ମଧ୍ୟାହ୍ନ ଯାଏ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।