ବିଜେପିର ମିଛ ଧରିଲେ ଦୀପାଳି, ଦେଲେ କଡ଼ା ଜବାବ

1 min read

ଝାରସୁଗୁଡ଼ା: ବିଜେପି ମିଛ କହୁଛି । ଆଉ ଏହି ମିଛକୁ ଧରିଛନ୍ତି ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଝାରସୁଗୁଡ଼ା ବିମାନବନ୍ଦରକୁ ନେଇ ବିଜେପି ଅପପ୍ରଚାର କରୁଥିବା କହିବା ସହ ଅଭିଯୋଗର ରଖିଛନ୍ତି ଉତ୍ତର ।

ଦୀପାଳି କହିଛନ୍ତି, ‘ଝାରସୁଗୁଡ଼ା ବିମାନବନ୍ଦର ନିର୍ମାଣ ପାଇଁ ନବକିଶୋର ଦାସ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣାରେ ଜମି ଯୋଗାଇ ଦେଇଥିଲେ । ତା’ପରେ ଝାରସୁଗୁଡ଼ା ବିମାନବନ୍ଦର ସମ୍ଭବ ହୋଇଥିଲା । ବିମାନବନ୍ଦର କାମ ମନମୋହନ ସିଂ ସରକାର ଅମଳରୁ ଆରମ୍ଭ ହୋଇଥିଲା । ବିଜେପି କେମିତି କହୁଛି, ତାଙ୍କ ସରକାର କରିଛନ୍ତି ବୁଝା ପଡୁନି ।’

ଆଗକୁ ସେ କହିଥିଲେ, ‘ଲଇକେରା ଓ କିର୍ମିରାକୁ ITDA ବ୍ଲକ୍‌ ଘୋଷଣା କରିବା ପାଇଁ ନବକିଶୋର ଦାସ ଉଦ୍ୟମ କରିବା ସହ ୨୦୧୪ ଅଗଷ୍ଟ ୨୫ ତାରିଖରେ ପ୍ରଥମେ ଚିଠି ଲେଖିଥିଲେ l ସେହିପରି ଶିଳ୍ପ ପ୍ରଭାବିତ ଅଞ୍ଚଳର ଉନ୍ନତି ପାଇଁ DMF ଅର୍ଥ ଉଦ୍ଦିଷ୍ଟ । ଝାରସୁଗୁଡା ଜିଲ୍ଲାରେ ଏହା ଠିକ୍‌ ଭାବରେ ଖର୍ଚ୍ଚ ହେଉଛି ।’

ଉପନିର୍ବାଚନ ବେଳେ ଭୋଟ୍ ଆଶାରେ ଭୋଟରଙ୍କୁ ବିଜେପି ମିଛ କହି ଭୁଆଁ ବୁଲାଉଛି ବୋଲି କହିଛନ୍ତି ଦୀପାଳି ।