ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟି ପାଣିରେ ପଡିଯାଇଥିଲା ହରିଣ । ଦୀର୍ଘ ସମୟ ଚେଷ୍ଟା ପରେ ହରିଣକୁ ଉଦ୍ଧାର କଲେ ସିଆଇଏସଏଫ ଯବାନ । ବନ୍ଦରର ୱେଟ ବେସିନ ନିକଟରେ ଏକ ହରିଣ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ କାର୍ଯ୍ୟରତ ଶ୍ରମିକ । ସଙ୍ଗେ ସଙ୍ଗେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫକୁ ଶ୍ରମିକ ମାନେ ଖବର ଦେବାପରେ ବନ୍ଦର ମେରାଇନ ବିଭାଗ କର୍ମଚାରୀଙ୍କ ସହାୟତାରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ସିଆଇଏସଏଫ କର୍ମଚାରୀ । ସେହି ଉଦ୍ଧାର ହରିଣଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

