spot_img

Latest Posts

ଯବାନଙ୍କୁ ସୁହାଇବ, ଏକାଥରେ ୪୪ଟି ବ୍ରିଜ୍‌ ଉଦ୍‌ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମାବାର ଦେଶରେ ୪୪ଟି ବ୍ରିଜ୍‌ ଉଦ୍‌ଘାଟନ କରିଛନ୍ତି । ୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ୪୪ଟି ବ୍ରିଜ୍‌ ଭାରତୀୟ ଯବାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱବହନ କରୁଛି ବୋଲି ବିବେଚନା କରାଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି ସମସ୍ତ ବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସୀମା ସଡ଼କ ସଂସ୍ଥା ଦ୍ୱାରା ଏହି ବ୍ରିଜ୍‌ ନିର୍ମାଣ କରାଯାଇଛି ।

Rajnath Singh

ଭାରତ ଓ ଚାଇନା ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଏହି ବ୍ରିଜ୍‌ ନିର୍ମାଣ ଯବାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବ୍ରିଜ୍‌ ମାଧ୍ୟରେ ଯବାନଙ୍କ ପାଇଁ ଅସ୍ତଶସ୍ତ୍ର ତଥା ବିଭିନ୍ନ ଲଜିଷ୍ଟିକ୍‌ ଆଇଟମ୍‌ ପରିବହନ କରିବା ସହଜ ହେବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜନାଥ ସିଂ ଚୀନ୍ ଏବଂ ପାକିସ୍ତାନକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ‘ଯେଉଁ ସମୟରେ କରୋନା ମହାମାରୀ ଯୋଗୁଁ ଦେଶ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି, ସେହି ସମୟରେ ପାକିସ୍ତାନ ଏବଂ ଚୀନ୍ ପ୍ରାୟ ସାତ ହଜାର କିଲୋମିଟର ଦୂରରେ ବିବାଦ ସୃଷ୍ଟି କରୁଛନ୍ତି ।

Rajnath Singh

ରାଜନାଥ ସିଂ କହିଛନ୍ତି ଯେ, ଏହି ସେତୁ ନିର୍ମାଣ ଦ୍ୱାରା ଆମର ପଶ୍ଚିମ, ଉତ୍ତର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ସାମରିକ ତଥା ନାଗରିକ ପରିବହନ ସୁବିଧା ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମର ସଶସ୍ତ୍ର ବାହିନୀର କର୍ମଚାରୀମାନେ ଅନେକ ସ୍ଥାନରେ ନିୟୋଜିତ ଅଛନ୍ତି, ଯେଉଁ ସ୍ଥାନକୁ ବର୍ଷତମାମ ପରିବହନର ବ୍ୟବସ୍ଥା ନଥାଏ । ଅନ୍ୟପଟେ ତାୱାଙ୍ଗ ରାସ୍ତାରେ ନେଚିପୁ ଟନେଲ ପାଇଁ ରାଜନାଥ ସିଂ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

Latest Posts

Don't Miss