YES Bankରୁ ୪୬୬ କୋଟି ଟଙ୍କା ଠକେଇ ଅଭିଯୋଗ, ୧୪ ସ୍ଥାନରେ ସିବିଆଇ ରେଡ୍

1 min read
Defrauding Yes Bank Rs 466 Crore CBI Filed Case Against Gautam Thapar

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ୪୬୬ କୋଟି ଟଙ୍କାର ଘୋଟାଲା ଅଭିଯୋଗ । ଏନେଇ ସିବିଆଇ ଶିଳ୍ପପତି ଗୌତମ ଥାପରଙ୍କ ସମେତ କିଛି କମ୍ପାନୀ ଓ ଲୋକଙ୍କ ବିରୋଧରେ ଅପରାଧିକ ଧାରାରେ ମକଦ୍ଦମା ରୁଜୁ କରିଛି । ସିବିଆଇ ଏହି ମାମଲାର ଆଜି ଦିଲ୍ଲୀ-ଏନସିଆର ସହ ଲକ୍ଷ୍ନୌ, କୋଲକାତାର ୧୪ଟି ସ୍ଥାନରେ ରେଡ୍ କରିଛି । ରେଡ୍ ବେଳେ ସିବଆଇ ହାତରେ ଲାଗିଛି ଠକେଇର ଡିଜିଟାଲ୍ ପ୍ରମାଣ ।

ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ଅନୁସାରେ, ମାମଲାକୁ ନେଇ ୟେସ୍ ବ୍ୟାଙ୍କର ଭିଜିଲାନ୍ସ ବିଭାଗ ସିବିଆଇରେ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ, ଗୁରୁଗ୍ରାମ, ଦିଲ୍ଲୀ ସ୍ଥିତ ଘରୋଇ କମ୍ପାନୀ ୨୦୧୭ରେ ୟେସ୍ ବ୍ୟାଙ୍କରୁ ୫୧୫ କୋ ଟଙ୍କାର ଋଣ ନେଇଥିଲା । କମ୍ପାନୀ ଯେଉଁ କାମ ପାଇଁ ଋଣ ନେଇଥିଲା ସେଥିରେ ଟଙ୍କା ବିନିଯୋଗ ନକରି ଅନ୍ୟ କାମ କରିଥିଲା । ୨୦୧୭ରୁ ୨୦୧୯ ମଧ୍ୟରେ କମ୍ପାନୀ ମିଛ କାଗଜପତ୍ର ଦେଇ ଋଣ ଟଙ୍କାକୁ ଖର୍ଚ୍ଚ କରିଛି । ଯେଉଁଥିପାଇଁ ୨୦୧୯ ଅକ୍ଟୋବରରେ ଖାତାକୁ ବ୍ୟାଙ୍କ ଏନପିଏ ଘୋଷଣା କରିଥିଲା । ଏହି ଘୋଟାଲାରେ କମ୍ପାନୀର ନିର୍ଦ୍ଦେଶକ ସମେତ ୟେସ୍ ବ୍ୟାଙ୍କର କିଛି ଅଧିକାରୀ ଓ ଅନ୍ୟ କମ୍ପାନୀ ଅଛନ୍ତି ।

ଏହି ଘୋଟାଲା ଯୋଗୁ ୟେସ୍ ବ୍ୟାଙ୍କ ୪୬୬.୫୧ କୋଟି ଟଙ୍କାର କ୍ଷତି ସହିଛି । ଏହା ପରେ କମ୍ପାନୀର ବ୍ୟାଙ୍କ ଖାତାକୁ ୨୦୨୦ ମାର୍ଚ୍ଚ ୬ରେ ରେଡ୍ ଫ୍ଲାଗ ଘୋଷଣା କରାଯାଇଛି । ଏଥିରେ ଓୟଷ୍ଟର ବିଲ୍ଡବେଲ୍ ଲିମିଟେଡ୍, ଫର୍ଷ୍ଟ ଇଣ୍ଡିଆ ପ୍ଲେସ ମେହରୌଲ ଗୁରୁଗ୍ରାମ ଏବଂ ଅବନ୍ଥା ରିୟଲିଟି ଲିମିଟେଡ୍ କମ୍ପାନୀ ଓ ତାର ନିର୍ଦ୍ଦେଶକ ସାମିଲ୍ ଅଛନ୍ତି ।

Leave a Reply