ଦୀପାବଳି ପୂର୍ବରୁ ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; AQI ପହଞ୍ଚିଲା ୩୦୩

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ । ଚଳିତ ବର୍ଷ ପ୍ରଥମ ଥର ଲାଗି ବାୟୁର ଗୁଣବତ୍ତା ବ୍ୟାପକ ହ୍ରାସ ପାଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ଚେତାବନୀ ଦେଇଥିଲେ କି ମଙ୍ଗଳବାର ଏବଂ ବୁଧବାର ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗୁଣବତ୍ତା ହ୍ରାସ ପାଇବ । ସେହିପରି ଭାବରେ ଆସନ୍ତା ଶନିବାର ଓ ରବିବାର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସମ୍ଭାବନା ରହିଛି । ତେବେ ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୩୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେବଳ ଦିଲ୍ଲୀ ନୁହେଁ, ପଡୋଶୀ ସହର ଗୁଡିକରେ ବି ଏହା ପରିଲକ୍ଷିତ ହୋଇଛି ।

ଫରିଦାବାଦରେ ଏକ୍ୟୁଆଇ ୩୦୬ ଥିବାବେଳେ ଗାଜିଆବାଦରେ ୩୩୪, ନୋଏଡାରେ ୩୦୩ ରହିଛି । ଗତ ଅକ୍ଟୋବର ୧୭ରେ ଦିଲ୍ଲୀରେ ଏକ୍ୟୁଆଇ ଥିଲା ୨୯୮  । ପ୍ରଦୂଷଣ ନିୟମାବଳୀ ଅନୁସାରେ ଏକ୍ୟୁଆଇ ୦ ରୁ ୫୦ ହେଲେ ଉତ୍ତମ । ୫୧ ରୁ ୧୦୦ ହେଲେ ସନ୍ତୋଷଜନକ । ୧୦୧ରୁ ୨୦୦ ହେଲେ ମଧ୍ୟମ । ୨୦୧ ରୁ ୩୦୦ ହେଲେ ଖରାପ । ୩୦୧ ରୁ ୪୦୦ ହେଲେ ଅତି ଖରାପ । ୪୦୧ ରୁ ୫୦୦ ହେଲେ ଅତି ଗୁରୁତର । ଗତ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିଛି । ଦୀପାବଳି ଯୋଗୁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ଉପରମୁହାଁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । ବାୟୁ ପ୍ରଦୂଷଣ ଆକଳନକାରୀ ସଂସ୍ଥା ସଫର ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଦୀପାବଳିରେ ୫୦ ପ୍ରତିଶତ ବାଣ ହ୍ରାସ ପାଇବା ସମ୍ଭାବନା ଥିବା ସତ୍ତ୍ବେ ଏକ୍ୟୁଆଇ ଗୁରୁତର ହେବା ଆଶଙ୍କା ରହିଛି ।

 

 

Leave a Reply