ଦିଲ୍ଲୀରେ ଅନଲାଇନ ବାଣ ବିକ୍ରି ବ୍ୟାନ୍, ୨୦୨୩ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ ଏହି ବ୍ୟାନ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଅନଲାଇନ ବାଣ ବିକ୍ରି ବ୍ୟାନ । ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଅନଲାଇନ ବିକ୍ରି ଓ ଡେଲିଭରୀ ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ଆସନ୍ତା ୨୦୨୩ ଜାନୁୟାରୀ ୧ ତାରିଖ ଯାଏଁ ଏହି ବ୍ୟାନ୍ ଲାଗୁ ରହିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ବ୍ୟାନ୍ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବାକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ସରିଛି ।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିବା ବେଳେ ବାଣ ଯୋଗୁ ହେଉଥିବା ପ୍ରଦୂଷଣ ରୋକିବାକୁ ବ୍ୟାନ ଲଗାଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ବି ବାଣ ପ୍ରସ୍ତୁତି, ବିକ୍ରି ଓ ବାଣର ସମସ୍ତ ପ୍ରକାର ବ୍ୟବହାରକୁ ବ୍ୟାନ କରାଯାଇଛି । ବ୍ୟାନ ନିର୍ଦ୍ଦେଶ ଠିକ୍ ଭାବେ କାର୍ଯ୍ୟକାରୀ ନେଇ ପୋଲିସ ଓ ରାଜସ୍ୱ ବିଭାଗକୁ ଦାୟିତ୍ୱ ଦିଆଯାଇଛି ।