ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ

1 min read

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ୫ ସ୍କୁଲକୁ ବୋମା ଧମକ। ଦ୍ଵାରକା ସେକ୍ଟର-୫ରେ ଥିବା ବିଜିଏସ୍ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ସମେତ ୫ ସ୍କୁଲକୁ ମିଳିଛି ଧମକ। ୪ ଦିନ ମଧ୍ୟରେ ତୃତୀୟଥର ଲାଗି ସ୍କୁଲମାନଙ୍କୁ ମିଳିଛି ଏପରି ବୋମାରେ ଉଡ଼ା ଦେବାକୁ ଧମକ। ଖବର ପାଇବା ପରେ ଦିଲ୍ଲୀ ପୋଲିସ ଓ ଅଗ୍ନିଶମବାହିନୀର ଟିମ ପହଞ୍ଚି ଖାନତଲାସି ଆରମ୍ଭ କରିଛନ୍ତି। ଗତ ସୋମବାର ଦିନ ଦିଲ୍ଲୀର ୩୦ରୁ ଅଧିକ ସ୍କୁଲକୁ ସମାନ ଧମକ ମିଳିଥିଲା। ଯାହା ପରେ ଏହି ଧମକ ମିଥ୍ୟା ବୋଲି ଜଣାପଡ଼ିଥିଲା।ବୁଧବାର ଦିନ ରାଜଧାନୀ ଦିଲ୍ଲୀର ପ୍ରାୟ ୫୦ଟି ସ୍କୁଲକୁ ଇ-ମେଲ୍ ମାଧ୍ୟମରେ ପୁଣି ଥରେ ବୋମା ଧମକ ମିଳିଥିଲା। ଯାହାକୁ ପରେ ମିଥ୍ୟା ବୋଲି ଘୋଷଣା କରାଯାଇଥିଲା। ଡିଏଭି ପବ୍ଲିକ୍ ସ୍କୁଲ, ଫେଥ୍ ଏକାଡେମୀ, ଡୁନ୍ ପବ୍ଲିକ୍ ସ୍କୁଲ, ସର୍ବୋଦୟ ବିଦ୍ୟାଳୟ, ରାହୁଲ ମଡେଲ୍ ସ୍କୁଲ, ଦ୍ୱାରକାର ମ୍ୟାକ୍ସଫୋର୍ଟ ସ୍କୁଲ, ମାଲବ୍ୟ ନଗରର ଏସକେଭି ଏବଂ ପ୍ରସାଦ ନଗରର ଆନ୍ଧ୍ର ସ୍କୁଲକୁ ବୋମା ଧମକ ମିଳିଥିବା ଜଣାଡିଛି। ଇ-ମେଲ୍ ଜରିଆରେ ଟେରରାଇଜର୍ସ ୧୧୧ ନାମକ ଗୋଷ୍ଠୀ ଦେଇଛି ଧମକ। ମଙ୍ଗଳବାର ରାତିରେ ସ୍କୁଲଗୁଡ଼ିକୁ ପଠାଯାଇଥିବା ଧମକପୂର୍ଣ୍ଣ ମେଲରେ ଗୋଷ୍ଠୀ ୨ ହଜାର ଡଲାର କ୍ରିପ୍ଟୋ କରେନ୍ସି ଦାବି କରିଥିଲା ।