IPL 2021: ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ, ଧାୱନ-ପୃଥ୍ବୀଙ୍କ ଦମଦାର ବ୍ୟାଟିଂ

ମୁମ୍ବାଇ: ଗୁରୁଙ୍କ ପରାଜୟ, ଶିଷ୍ୟଙ୍କ ବିଜୟ । ଆଇପିଏଲ ୧୪ ତମ ସଂସ୍କରଣର ଦ୍ବିତୀୟ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟୀ ହୋଇଛି । ଆଜିର ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହୋଇଥିଲା । ଦିଲ୍ଲୀ ପ୍ରଥମେ ଟଚ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ଏବଂ ବ୍ୟାଟିଂ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ ହରାଇ ୧୮୮ ରନ କରିଥିଲା । ଏହାର ପିଛା କରି ପନ୍ତଙ୍କ ଦିଲ୍ଲୀ ୧୮ ଓଭରରେ ମ୍ୟାଚ ମ୍ୟାଚ ଅକ୍ତିଆର କରିବାରେ ସଫଳ ହୋଇଛି ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ଓଭର ୪ଟି ବଲରେ ମ୍ୟାଚ ଅକ୍ତିଆର କରିବାରେ ସଫଳ ହୋଇଛି । ଚେନ୍ନାଇରଲ ପିଛା କରୁଥିବା ଦିଲ୍ଲୀ ୩ ୱିକେଟ ହରାଇ ୧୯୦ ରନ କରବା ସହ ମ୍ୟାଚକୁ ସହଜରେ ନିଜ ପଟକୁ ନେବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଶିଖର ଧୱନ ୫୪ ବଲ ଖେଳି ୮୫ରନ କରିଥିଲେ । ସେହିପରି ପୃଥ୍ୱୀ ସ ୩୮ ବଲରେ ୭୨ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଲମ୍ବା ପାଳି ଦଳକୁ ବିଜୟ ହାସଲ କରିବାରେ ସହଜ କରିଛି ।

Leave a Reply