ପଞ୍ଜାବରେ ଡ଼େରା ପକାଇଛନ୍ତି କେଜ୍ରିୱାଲ, କଂଗ୍ରେସର ବିକଳ୍ପ ପାଇଁ କସରତ

ଅମୃତସର: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବରେ ଏବେଠୁ ସରଗରମ ହେଲାଣି ରାଜନୀତି । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲଗାତାର ଭାବେ ପଞ୍ଜାବ ଗସ୍ତ କରି କଂଗ୍ରେସ ସରକାରକୁ ତେରଛା ବାଣ ଜାରି ରଖିଛନ୍ତି  ।  ଗୁରୁବାର ପଞ୍ଜାବର ପଠାନକୋଟରେ ତ୍ରିରଙ୍ଗା ରାଲି କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଏହି ଅବସରରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ଚନ୍ନି ସରକାର ଉପରେ ବର୍ଷିଥିଲେ ।

କହିଥିଲେ, ଯେବେଠୁ ଆପ୍ ପଞ୍ଜାବରେ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛି ସେବେଠୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମୋତେ ଟାର୍ଗେଟ୍ କରି ଆସୁଛନ୍ତି । ଆପ୍ ସରକାର ଆସିଲେ ପଞ୍ଜାବରେ ବିକାଶ ହେବ ଓ ଦୁର୍ନୀତି ହଟିବ ବୋଲି କହିଛନ୍ତି କେଜ୍ରିଓ୍ବାଲ । ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପଞ୍ଜାବ ଗସ୍ତ କରି ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି କେଜ୍ରିଓ୍ବାଲ  ।

Leave a Reply