ମିଳିଲାନି ICU ବେଡ୍, ରାସ୍ତାରେ ଚାଲିଗଲା NSGର ଗ୍ରୁପ୍ କମାଣ୍ଡରଙ୍କ ପ୍ରାଣ

1 min read
Corona Positive NSG Group Commander Death Due To Not Found ICU Bed Delhi

ନୂଆଦିଲ୍ଲୀ: କରୋନା ସଂକଟ ସହ ଦିଲ୍ଲୀ ଲଢ଼ୁଛି । ଅକ୍ସିଜେନ୍ ଅଭାବ ସାଙ୍ଗକୁ ବେଡ୍ ନିଅଣ୍ଟ ସ୍ୱାସ୍ଥ୍ୟସେବା ଉପରେ ପୁଳା ପୁଳା ପ୍ରଶ୍ନ ଛିଡ଼ା କରିଛି । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ମାମଲା ଭିତରେ ବ୍ଲାକ୍ କ୍ୟାଟ୍ କୁହାଯାଉଥିବା NSGର ଗ୍ରୁପ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ, ଏନଏସଜିର ଗ୍ରୁପ କମାଣ୍ଡର ବୀରେନ୍ଦ୍ର କୁମାରଙ୍କୁ ଦିଲ୍ଲୀରେ ତୁରନ୍ତ ଆଇସିୟୁ ବେଡ୍ ନମିଳିବାରୁ ମୃତ୍ୟୁ ହୋଇଛି । ବୀରେନ୍ଦ୍ର କୁମାର ଝା ଏପ୍ରିଲ୍ ୨୨ରେ ଅର୍ଦ୍ଧସୈନିକ ବଳର ରେଫରଲ୍ ହସ୍ପିଟାଲ୍ ନୋଏଡାରେ କରୋନା ସଂକ୍ରମିତ ହେବା ପରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ମେ ୪ ସନ୍ଧ୍ୟା ୬ଟରେ ତାଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ି ଯିବା ଅକ୍ସିଜେନ୍ ସ୍ତର କମି ଯାଇଥିଲା ।

Corona Positive NSG Group Commander Death Due To Not Found ICU Bed Delhi

ଏହା ପରେ ନୋଏଡା ରେଫରଲ୍ ହସ୍ପିଟାଲରେ ଆଇସିୟୁ ବେଡ୍ ଖାଲି ନଥିବାରୁ ବୀରେନ୍ଦ୍ରଙ୍କୁ ଅନ୍ୟ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଯାହାପରେ ଦିଲ୍ଲୀରେ ଆଇସିୟୁ ବେଡ୍ ଖୋଜା ଚାଲିଥିଲା । ସୂତ୍ର ଅନୁସାରେ, ଏନସିଜି ଗ୍ରୁପ୍ କମାଣ୍ଡରଙ୍କୁ ହସ୍ପିଟାଲରେ ଆଇସିୟୁ ବେଡ୍ ମିଳିବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗି ଯାଇଥିଲା । ସେହି ସମୟ ଭିତରେ ଆହୁରି ଗୁରୁତର ହୋଇ ପଡ଼ିଥିଲା ବୀରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ।

ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ବୀରେନ୍ଦ୍ରଙ୍କୁ ସୁଖଦେବ ବିହାର ମ୍ୟାକ୍ସ ହସ୍ପିଟାଲ ଅଣାଯାଉଥିଲା । ସେଠାରେ ମଧ୍ୟ ବେଡ୍ ନ ମିଳିବାରୁ ତାଙ୍କୁ ଏସ୍କର୍ଟ ହସ୍ପିଟାଲ ଦିଲ୍ଲୀ ନିଆ ଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମେଡିକାଲରେ ପହଞ୍ଚୁ ପହଞ୍ଚୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

Leave a Reply