ମନିଶଙ୍କୁ ସିବିଆଇ ନୋଟିସ, ରାଗିଲେ କେଜ୍ରିୱାଲ

1 min read

ନୂଆଦିଲ୍ଲୀ : ଅବକାରୀ ନୀତିରେ ଦୁର୍ନିତୀ ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କୁ ପଚରାଉଚରା ଲାଗି ନୋଟିସ ଜାରି କରିଛି । କୁହାଯାଉଛି ଯେ, ସିବିଆଇ ସୋମବାର ଦିନ ସିବିଆଇ ସିସୋଦିଆଙ୍କୁ ଜେରା କରିପାରେ । ସିବିଆଇର ଏହି ସମନ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ସେ ସିସୋଦିଆଙ୍କୁ ସହିଦ ଭଗତ ସିଂହଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଫାଶୀ ଦଉଡି଼ ଭଗତ ସିଂହଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା । ସିସୋଦିଆ ଆଜିର ସମୟର ଭଗତ ସିଂହ ।

ଅନ୍ୟପକ୍ଷରେ ସିସୋଦିଆ ମଧ୍ୟ ଟ୍ୱିଟ୍ କରି ସେ ସିବିଆଇ ଅଫିସକୁ ଯିବେ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ, ‘‘ ମୋ ଘରେ ୧୪ ଘଣ୍ଟା ଧରି ଚଢାଉ ହୋଇଥିଲା । କିଛି ମଧ୍ୟ ବାହାରି ନଥିଲା । ମୋ ବ୍ୟାଙ୍କ ଲକରର ତଲାସି ନିଆଯାଇଥିଲା । ସେଠାରୁ ମଧ୍ୟ କିଛି ବାହାରି ନଥିଲା । ସେମାନଙ୍କୁ ମୋ ଗାଁରୁ ମଧ୍ୟ କିଛି ମିଳିନଥିଲା । ଏବେ ସେମାନେ ସୋମବାର ପୂର୍ବାହ୍ନ ୧୧ଚାରେ ମୋତେ ସିବିଆଇ ମୁଖ୍ୟାଳୟକୁ ଡାକିଛନ୍ତି । ମୁଁ ଯିବି ଓ ପୂର୍ଣ୍ଣ ସହଯୋଗ କରିବି । ସତ୍ୟମେବ ଜୟତେ’’

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ଆଢୁଆଳରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । କିଛି ମଦ ବ୍ୟବସାୟୀଙ୍କୁ ଏହି ନୀତି ଆଳରେ ଲାଭ ପହଂଚା ଯାଇଥିବା ଅଭିଯୋଗ ହେଉଛି । ଏହି ମାମଲାରେ ଆଗରୁ ଏତଲା ଦାଏର ହୋଇ ସାରିଛି । ମନିସଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଚଢ଼ାଉ ପୂର୍ବରୁ ଏହି ମାମଲାରେ ଏତାଲ ଦାଏର ହୋଇଥିଲା ।

ଅକ୍ଟୋବର ୭ରେ ଇଡି(ପର୍ବର୍ତ୍ତନ ନିର୍ଦ୍ଦେଶାଳୟ) ଦିଲ୍ଲୀ,ପଂଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ଚଢଉ କରିଥିଲା । ଏହାପୂର୍ବରୁ ଇଡି ଦିଲ୍ଲୀ-ଏନସିଆର,ବେଙ୍ଗାଲୁରୁ,ହାଇଦ୍ରାବାଦ,ନେଲ୍ଲୋର ଓ ଚେନ୍ନାଇ ସମେତ ଦେଶର ୪୦ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ମାମଲାରେ ବିଜୟ ନାୟକ,ସମୀର ମହେନ୍ଦ୍ର ଓ ଅଭିଶେକ ବୋଇନପଲ୍ଲୀଙ୍କୁ ଆଗରୁ ଗିରଫ କରାଯାଇଛି । ଜଣେ ମଦ ବ୍ୟବସାୟୀ ସିସୋଦିଆଙ୍କ ଜନୈକ ନିକଟତର ବ୍ୟକ୍ତିଙ୍କୁ ଏକ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ହେଉଛି ।