spot_img

Latest Posts

ଦିଲ୍ଲୀରେ ଡବଲ ମର୍ଡର, ମାଆ-ପୁଅଙ୍କୁ ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଡବଲ ମର୍ଡର। ଦକ୍ଷିଣ ଦିଲ୍ଲୀର ଲାଜପତ ନଗରରେ ଘଟିଛି ଲୋମହର୍ଷକ ହତ୍ଯାକାଣ୍ଡ। ମା ଓ ତାଙ୍କ ସନ୍ତାନଙ୍କୁ କରାଯାଇଛି ହତ୍ୟା। ମୃତକ ହେଲେ ୪୨ ବର୍ଷ ବୟସ୍କା ରୁଚିକା ସେବାନୀ ଓ ୧୪ ବର୍ଷୀୟ ସନ୍ତାନ କ୍ରିସ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପରିବାର ସଦସ୍ୟ ପୋଲିସକୁ ଖବର ଦେବା ପରେ ଏକ ବନ୍ଦ ଘରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଥରୁମରେ ପୁଅର ମୃତଦେହ ପଡ଼ିଥିବାବେଳେ ବେଡରୁମରେ ପଡଥିଲା ମାଆର ମୃତଦେହ।

ବାରମ୍ବାର ଫୋନ କରିବା ସତ୍ତ୍ବେ ଉତ୍ତର ନମିଳିବା ଯୋଗୁ ମୃତ ମହିଳାଙ୍କ ସ୍ବାମୀ କୁଳଦୀପ ପୋଲିସକୁ ଖବର ଦେଇଥିଲେ। ପୋଲିସ ସିସିଟିଭି ଓ ପାରିପାର୍ଶିକ ପ୍ରମାଣ ଯୋଗାଡ଼ କରି ତଦନ୍ତ ଜାରି ରଖିଛି। ସେପଟେ ଏହି ହତ୍ୟାକାଣ୍ଡ ପଛରେ ଘରେ କାମ କରୁଥିବା ଜଣେ ସହାୟକ ମୁକେଶକୁ ଧରିଛି ପୋଲିସ। ରୁଚିକା ଦୁର୍ବ୍ୟବହାର କରିଥିବାରୁ ସେ  ରୁଚିକା ଓ ତାଙ୍କ ପୁଅକୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ସ୍ବୀକାର କରିଥିବା ସୂଚନା ମିଳିଛି। ତାକୁ ଦୀନ ଦୟାଲ ଉପାଧ୍ଯାୟ ଜଙ୍କସନରୁ ପୋଲିସ ଧରିଥିଲା।  ଦିଲ୍ଲୀ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଲାଜପତ ନଗର ମାର୍କେଟରେ ରୁଚିକା ଏକ ଗାର୍ମେଣ୍ଟ ଦୋକାନ ଚଳାଉଥିଲେ।…

Latest Posts

Don't Miss