spot_img

Latest Posts

ଦିଲ୍ଲୀ ମଦ ନୀତି ମାମଲା, ସିବିଆଇ ଚାର୍ଜସିଟରେ ମନିଷ ସିସୋଦିଆଙ୍କ ନାଁ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମସ୍ୟା କମ୍ ହେବାର ନାଁ ନେଉ ନାହିଁ । ସିବିଆଇ ଚାର୍ଜସିଟରେ ପ୍ରଥମଥର ପାଇଁ ମନିଷଙ୍କ ନାଁ ଯୋଡ଼ାଯାଇଛି । ୧ ମଇ ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ । ତାଙ୍କୁ ୨୬ ଫେବ୍ରୁଆରୀରେ ସିବିଆଇ ଗିରଫ କରିଥିଲା । ସେ ପ୍ରାୟ ଦୁଇ ମାସ ହେବ ତିହାର ଜେଲରେ ବନ୍ଦ ଅଛନ୍ତି । ସିବିଆଇ ମଙ୍ଗଳବାର ରାଉଜ ଆଭେନ୍ୟୁ କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ମନିଷ ସିସୋଦିଆ, ବୁଚ୍ଚି ବାବୁ, ଅର୍ଜୁନ ପାଣ୍ଡେୟ ଏବଂ ଅମନଦୀପ ଢଲଙ୍କୁ ଅଭିଯୁକ୍ତ କରାଯାଇଛି ।

ପ୍ରକାଶଥାଉକି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମଦ ଦୁର୍ନୀତି ମାମଲାରେ ଜେରା କରାଯାଇଛି । ସିବିଆଇ ୧୭ ଏପ୍ରିଲରେ ଅରବିନ୍ଦ କେଜରିୱାଲଙ୍କୁ ମଦ ନୀତି ମାମଲାରେ ୧୦ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା । ଏହି ସମୟରେ ତାଙ୍କୁ ୫୫ ପ୍ରଶ୍ନ ପଚରା ଯାଇଥିଲା । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁତାବିକ ମଦ ନୀତି ମାମଲାରେ ୨୯୦ କୋଟିରୁ ଅଧିକ ଅପରାଧିକ ଆୟ ଅର୍ଜିତ କରାଯାଇଛି । ଇଡି ଦାବି କରିଥିଲା ଯେ ମଦ କଣ୍ଟ୍ରୋଲର ସାଉଥ ଗ୍ରୁପରୁଠୁ ଲାଞ୍ଚ ରୂପରେ ୧୦୦ କୋଟି ଟଙ୍କା ମିଳିଥିଲା ଏବଂ ମାମଲାରେ ଏକ ଅଭିଯୁକ୍ତ କମ୍ପାନୀ ଇଣ୍ଡୋସ୍ପିରିଟ୍ସ ୧୯୨.୮ କୋଟି ଟଙ୍କାର ଲାଭ କମାଇଛି ଯାହା କି ଅପରାଧିକ ଆୟର ଅଂଶ ଅଟେ ।

Latest Posts

Don't Miss