୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ କେ. କବିତା

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ମଦ ନୀତି ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିଆରଏସ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ଏପ୍ରିଲ ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିବେ କେ. କବିତା। ଇଡି ହେପାଜତ ଶେଷ ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପ୍ରିଲ ୧ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ଶୁଣାଣି ହେବ। ସେପଟେ ତାଙ୍କ ଗିରଫଦାରୀ ବେଆଇନ ଓ ସେ ଏହା ବିରୋଧରେ ଲଢେଇ ଜାରି ରଖିବେ । ଏହା ଏକ ରାଜନୈତିକ ଦୂରଭିସନ୍ଧିମୂଳକ ଗିରଫଦାରୀ ବୋଲି ସେ କହିଛନ୍ତି । ପୂର୍ବରୁ ଏହି ମାମଲାରେ କବିତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କଠାରୁ ନିରାଶ ହେବା ପରେ ସେ ନିମ୍ନକୋର୍ଟରେ ଆବେଦନ କରିଛନ୍ତି । ତାଙ୍କର ଗିରଫଦାରୀ ଧାରା ୧୪୧କୁ ଉଲ୍ଲଂଘନ କରୁଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୧୫ରେ ହାଇଦ୍ରାବାଦରୁ ଗିରଫ ହୋଇଥିଲେ କେ. କବିତା ।