ଲକଡାଉନକୁ ଦିଲ୍ଲୀ ସରକାରଙ୍କ ବିରୋଧ

1 min read

ଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ନଜରରେ ରଖି ଏ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏ ନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ନିକଟରେ ଏକ ଆଫିଡାଭିଟ୍ ଦାୟର କରିଛି ଯେଉଁଥିରେ ଦିଲ୍ଲୀ ସରକାର କହିଛିଯେ ଯଦି ଦିଲ୍ଲୀ ଏନସିଆରରେ ଲକଡାଉନ ଘୋଷଣା କରାଯିବ ତେବେ ଆମେ ଦିଲ୍ଲୀରେ ଲକଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତ ଅଛୁ । ଦିଲ୍ଲୀ ସରକାର ଏହା ମଧ୍ୟ କହିଛି ଦିଲ୍ଲୀ ବାୟୁମଣ୍ଡଳରେ ଗତକାଲି ଅପେକ୍ଷା ଆଜି ଅନେକ ସୁଧାର ଆସିଛି ।

ଦିଲ୍ଲୀ ସରକାରଙ୍କ କହିବାନୁସାରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇବା ସହ ଟ୍ରକ ଏବଂ ଭାରି ଯାନର ପ୍ରବେଶ ନିଷେଧ କରାଯାଇପାରିବ । ଏଥିସହ ସରକାର ଅଡ଼-ଇଭିନ୍ ନମ୍ବର ଯାନବାହନ ପଲିସି ମଧ୍ୟ ଆଣିପାରିବେ । ହରିୟାଣା ସରକାର ମଧ୍ୟ ୱାର୍କ ଫର୍ମ ହୋମ ଲାଗୁ କରିଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛି । ଏଥିସହ ଅଳିଆ ଆବର୍ଜନା ଜାଳିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।

 

 

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତାଙ୍କ କହିବାନୁସାରେ ରାସ୍ତାଘାଟର ଧୂଳି ଦିଲ୍ଲୀ ପ୍ରଦୂଷଣର ମୁଖ୍ୟ କାରଣ । ବର୍ତ୍ତମାନ ଏହି ପ୍ରଦୂଷଣ ମାମଲାକୁ ନେଇ ବୁଧବାର ୧୦:୩୦ରେ ଶୁଣାଣି ହେବ । କେନ୍ଦ୍ର ସରକାର ଓ ଏୟାର କ୍ୱାଲିଟି ମନିଟରିଂ କମିଶନର ଅନ୍ୟ ରାଜ୍ୟ ସହ ଏ ନେଇ ଆଲୋଚନା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି । ଏଥିରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ରାଜ୍ୟମାନଙ୍କର ସଚିବ ରହିବା ସହ ରାଜ୍ୟମାନଙ୍କରେ ୱାର୍କ ଫର୍ମ ହୋମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯିବ ।

Leave a Reply